-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
07-Sep-2023
ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାର ରମଣ ଭିପନେଟ ସାଇନ୍ସ କ୍ଲଵ ଆନୁକୂଲ୍ୟରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏ ବର୍ଷର ମୁଖ୍ୟ ବିଷୟ "ଶ୍ରୀ ଅନ୍ନ ଏକ ମୂଲ୍ୟ ବର୍ଦ୍ଧିତ ଆହାର "ଉପରେ ଦଶ ଜଣ ଛାତ୍ରଛତ୍ରୀ ଯୋଗଦେଇଥିଲେ l
ପ୍ରତିଯୋଗିତାରେ ସାଇରଜ ମହାପାତ୍ର ପ୍ରଥମ, ସାହିଲ କୁମାର ପଧାନ ଦ୍ଵିତୀୟ ଓ ହଂସିନୀ ମାଝୀ ତୃତୀୟ ହୋଇ ପୁରସ୍କୃତ ହୋଇଥିଲେ l ପ୍ରଥମସ୍ଥାନ ଅଧିକାର କରିଥିବା ଛାତ୍ର ସାଇରଜ ମହାପାତ୍ର ଦମୟନ୍ତୀ ଉଚ୍ଚ ବିଦ୍ୟାଳୟ, ବହଳପଦରରେ
ଅନୁଷ୍ଠିତ ହେବାକୁ ଥିବା ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ରରେ ଭାଗ ନେବେ l ସେହିପରି ବିଜ୍ଞାନ କୁଇଜ ପ୍ରତିଯୋଗିତାରେ ପ୍ରୀତମ ସୁନା ପ୍ରଥମ ସ୍ଥାନ ଅଧିକାରକରି ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ l ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ଓ ଅଜିତ କୁମାର ଗୁରୁ,ପବିତ୍ର ମୋହନ ପଧାନ, ହରିବୋଲ ପଧାନ ସହଯୋଗ କରିଥିଲେ l