-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
07-Sep-2023
ବରଗଡ:-ଓଡିଶା ଆଦର୍ଶ ବିଦ୍ୟାଳୟ ଫ୍ରେଜରପୁର ର ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି।ଦିର୍ଘ ୨ଦିନ ଧରି ସ୍କୁଲର ପ୍ରିନିସିପାଲ ମିସ ଦୀପ୍ତିମୟୀ ମାହାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭେ ଦ୍ୱୀପ ପ୍ରଜ୍ଜଳନ ପରେ ଆରମ୍ଭ ହୋଇଥିଲା।ମୁଖ୍ୟ ଅତିଥି ଭାବେ ପାଇକମାଲ ବ୍ଲକ ଅଧିନସ୍ଥ କେଛୋଦାଦର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ଚିତ୍ତରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ଉଭୟ ସିନିୟର୍ ଓ ଜୁନିୟର ଗ୍ରୁପରେ ସମୁଦାୟ ୧୧ ଟି କାର୍ଯ୍ୟକ୍ରମ ଯଥା ବିତର୍କ,ପ୍ରବନ୍ଧ,ବର୍ଣ୍ଣନା,କବିତା ପାଠ,ଏକକ ଗୀତ,ଚିତ୍ରାଙ୍କନ,ପେଣ୍ଟିଂ,କୁଇଜ୍,ଏକକ ନୃତ୍ୟ(ଲୋକକଳା ଓ
ଶାସ୍ତ୍ରୀୟ),ଗୋଷ୍ଠୀ ନୃତ୍ୟ(ଲୋକକଳା ଏବଂ ଶାସ୍ତ୍ରୀୟ)ପ୍ରଭୃତି ପ୍ରତିଯୋଗିତା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ ହୋଇଥିଲା।ଚିତ୍ରାଙ୍କନ ପ୍ରତିଯୋଗୀତାରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ମୁସ୍କାନ ତ୍ରିପାଠୀ ଶ୍ରେଷ୍ଠ ବିବେଚିତ ହୋଇ ଥିବାବେଳେ,ଅନ୍ୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଶ୍ରେଷ୍ଠ ବିବେଚିତ ଅଂଶ ଗ୍ରହଣକାରୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ।ପୁରସ୍କାର ବିତରଣ ସମାରୋହରେ ଶିକ୍ଷକ ତରୁଣ କୁମାର ଦାସ,ଅବିନାଶ ମହାନନ୍ଦ ତଦାରଖ କରିଥିବା ବେଳେ ଶିକ୍ଷୟିତ୍ରୀ ସ୍ମୃତିମୟୀ ପାଣ୍ଡେ ଏବଂ ଅନିତା ମାଝୀ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ସମୁହ ସହଯୋଗରେ କାର୍ଯ୍ୟକ୍ରମ ସଫଳତା ଲାଭ କରିଥିଲା।