-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ରାଜ୍ୟ

ପ୍ରତାରଣା ଓ ଠକେଇ: କଞ୍ଚୁରୁ ସମିତି ସଭ୍ୟଙ୍କୁ ଉଠାଇ ନେଲା ମହାରାଷ୍ଟ୍ର ପୁଲିସ

14-Dec-2020



(ପ୍ରେରଣା ଖବର) ହିଞ୍ଜିଳିକାଟୁ: ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଏବଂ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ହଡ଼ପ ମାମଲାରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ କଞ୍ଚୁରୁ ସମିତିସଭ୍ୟ ଏ.ସୁଦାମାଙ୍କୁ ମହାରାଷ୍ଟ୍ରର ମନପଡ଼ା ପୁଲିସ ଆଜି ଉଠାଇ ନେଇଛି। ହିଞ୍ଜିଳିକାଟୁ ଥାନା ଇଲାକାର ଜଣେ ଯୁବତୀ ଏହି ସଙ୍ଗିନ୍ ଅଭିଯୋଗ ଆଣିବା ପରେ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୁଦାମାଙ୍କୁ ହିଞ୍ଜିଳିକାଟୁ ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡ୍‌ରେ ନିଆଯିବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ, ସୁଦାମା ପ୍ରଥମେ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। କିନ୍ତୁ ପ୍ରଥମ ପତ୍ନୀଙ୍କ ସହ ତାଙ୍କର ଛାଡ଼ପତ୍ର ହୋଇସାରିଥିଲା। ଗତ ଦୁଇ ବର୍ଷ ତଳେ ସୁଦାମା ତାଙ୍କ ମାମୁଙ୍କ ସହ ବୁଲିବାକୁ ମହାରାଷ୍ଟ୍ର ଯାଇଥିଲେ। ଡମ୍ବୋଲି ଇଷ୍ଟ୍‌‌ରେ ଅଭିଯୋଗକାରୀ ଯୁବତୀଙ୍କ ସହ ତାଙ୍କର ଦେଖାସାକ୍ଷାତ ହୋଇଥିଲା। ହିଞ୍ଜିଳିକାଟୁ ଥାନା ଇଲାକାର ମୂଳବାସିନ୍ଦା ଯୁବତୀଙ୍କ ବାପା ସେନାରେ ଚାକିରି କରୁଥିବାରୁ ସେ ପିଲାଟି ଦିନରୁ ସେଠାରେ ରହି ଆସୁଥିଲେ। ପ୍ରଥମ ଦେଖାରେ ହିଁ ସୁଦାମା ଓ ଉକ୍ତ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଫୋନ୍‌ରେ ଉଭୟ ପ୍ରତିଦିନ କଥାବାର୍ତ୍ତା କରୁଥିଲେ। ଆଉ ଏହା ମଧ୍ୟରେ ବିବାହର ପ୍ରତିଶ୍ରୁତି ଦେଇ ସୁଦାମା ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ସୁଦାମା ୨ ମାସକୁ ଥରେ ମୁମ୍ବାଇ ଯାଇ ତାଙ୍କୁ ଭେଟୁଥିଲେ। ‌ହେଲେ ଏହା ମଧ୍ୟରେ ଘରକାମ, ଜମିକିଣା ଓ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଆଦି ଆନୁଷଙ୍ଗିକ ଖର୍ଚ୍ଚ ବାବଦରେ ସୁଦାମା ସଂପୃକ୍ତ ଯୁବତୀଙ୍କୁ ଟଙ୍କା ମାଗିଥିଲେ। ଆଉ ଗତବର୍ଷ ୮ ଦିନ ବ୍ୟବଧାନରେ ସୁଦାମାଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଯୁବତୀଜଣକ ୧୦ ଲକ୍ଷ ଟଙ୍କା ଅନଲାଇନରେ ଟ୍ରାନ୍ସଫର୍ କରିଥିଲେ।ଏହାସହ ବିଭନ୍ନ ଆଳ ଦେଖାଇ ୭ ଭରି ସୁନା ଅଳଙ୍କାର ବି ନେଇଥିଲେ। ଗତବର୍ଷ ଡିସେମ୍ବର ମାସରେ ଉକ୍ତ ଯୁବତୀଙ୍କ ବାପା ମରିଯିବାରୁ ସେ ଗାଁକୁ ଆସିଥିଲେ। ଶୁଦ୍ଧିକ୍ରିୟା ସରିବା ପରେ ପୁଣି ମୁମ୍ବାଇ ଯିବାକୁ ଯୁବତୀଜଣକ ବାହାରିବା ପରେ ସୁଦାମା ତାଙ୍କୁ ନେଇ ଭୁବନେଶ୍ବର ବିମାନବନ୍ଦରରେ ମଧ୍ୟ ଛାଡ଼ିଥିଲେ। ଆଉ ଚଳିତବର୍ଷ ହଠାତ୍ ଜାନୁଆରି ୧ ତାରିଖରୁ ଯୁବତୀଙ୍କ ମୋବାଇଲ୍ ନମ୍ବରକୁ ବ୍ଲକିଂ କରିଦେଇଥିଲେ। ଯୁବତୀଜଣକ ତାଙ୍କୁ ବାରମ୍ବାର ଯୋଗାଯୋଗ କରି ମଧ୍ୟ ବିଫଳ ହୋଇଥିଲେ।ଏହାମଧ୍ୟରେ ଗତ ଏପ୍ରିଲ୍ ୨୮ ତାରିଖରେ ପୁରୀ ଯାଇ ସୁଦାମା ଆଉ ଜଣେ ମହିଳାଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଲକଡାଉନ ଯୋଗୁଁ ଯୁବତୀଜଣକ ଗାଁକୁ ଆଉ ଆସି ପାରି ନଥିଲେ। ତେବେ ସୁଦାମାଙ୍କ ପ୍ରକୃତ ଉଦ୍ଦେଶ୍ୟ ଜାଣିପାରି ଯୁବତୀଜଣକ ମହାରାଷ୍ଟ୍ରର ମନପଡ଼ା ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୩୧୫ ଅନୁସାରେ ମାମଲା ରୁଜୁ ହୋଇଥିଲା। ପୁଲିସ ତଦନ୍ତ ଆରମ୍ଭ କରିଥିଲା। ବର୍ତ୍ତମାନ ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଇଁ ଯୁବତୀଜଣକ ଗାଁକୁ ଆସିଥିବା ବେଳ‌େ ସୁଦାମା ତାଙ୍କୁ ଓଲଟା ଧମକଚମକ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି। ଏସବୁକୁ ଆଧାର କରି ମହାରାଷ୍ଟ୍ର ପୁଲିସ ଗତକାଲି ରାତିରେ ସୁଦାମାଙ୍କୁ ସମରଝୋଳ ଛକରୁ ଚା’ ପିଇ ଘରକୁ ଫେରୁଥିବା ସମୟରେ ଉଠାଇ ନେଇଥିଲା। ହିଞ୍ଜିଳି ପୁଲିସ କର୍ମଚାରୀଙ୍କ ସହଯୋଗରେ ସୁଦାମାଙ୍କୁ କାବୁ କରାଯାଇଥିଲା। ତାଙ୍କ ବିରୋଧରେ ଧାରା ୪୨୦,୪୦୬, ୫୦୪, ୫୦୬ ଓ ୩୪ ଆଇପିସି ଅନୁସାରେ ଧର୍ଷଣ, ଠକେଇ, ବ୍ଲାକମେଲିଂ ଓ ପ୍ରତାରଣା ଭଳି ସଙ୍ଗିନ ଦଫା ଲାଗିଛି। ହିଞ୍ଜିଳିକାଟୁ ଏସଡିଜେଏମ୍ କୋର୍ଟରେ ହାଜର ପରେ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡ୍‌ରେ ନିଆଯିବ ବୋଲି ଜଣାପଡ଼ିଛି। ସୁଦାମା ୨ ବର୍ଷ ଭିତରେ ତାଙ୍କୁ ବିଭିନ୍ନ ଆଳ ଦେଖାଇ ଟଙ୍କା ଓ ଅଳଙ୍କାର ନେଇଥିବା ଯୁବତୀଜଣକ ଅଭିଯୋଗ ଆଣିଛନ୍ତି। ୧୦ ଲକ୍ଷ ଟଙ୍କା ନେବା ସହ ଆଉ ୯୫ହଜାର ଟଙ୍କା ନେଇ ସୁଦାମା ବାଇକ୍ କିଣିଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ସୁଦାମା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। କିଛି ଟଙ୍କା ବି ଅନଲାଇନ୍ ଓ ହାତରେ ଫେରସ୍ତ କରିଥିବା କହିଛନ୍ତି। ସେ ଯୁବତୀଙ୍କୁ କେବେବି ଟଙ୍କା ମାଗି ନଥିଲେ। ବାହାଘର ପାଇଁ ଚାପ ପକାଇଆସୁଥିଲେ। ସୁନା ଅଳଙ୍କାର ବିଷୟରେ କିଛି ଜାଣି ନାହାନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like