-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||     

HOME   ଜିଲ୍ଲା

ରୋଜଗାରର ଭିନ୍ନ ବାଟ ଦେଖାଇଛି କଦଳୀ ଚାଷ: କନ୍ଧମାଳର ସଫଳ ଚାଷୀ ସୁବଳ ପାତ୍ର

14-Dec-2020



(ପ୍ରେରଣା ଖବର) ଫୁଲବାଣୀ : ଅଳ୍ପ ଖର୍ଚ୍ଚ ଓ  ପରିଶ୍ରମ କମ୍। ଜୀବିକା ପାଇଁ କନ୍ଧମାଳରେ ରୋଜଗାରର ଭିନ୍ନ ବାଟ ଦେଖାଇଛି କଦଳୀ ଚାଷ। ଦିନ ଥିଲା କଦଳୀ ଚାଷ ପ୍ରତି ମୁହଁ ମୋଡୁଥିଲେ ଚାଷୀ। ଏବେ ଏହା ଏକ ଲାଭଜନକ ଫସଲ ହୋଇ ଠିଆ ହୋଇଥିବାରୁ କଦଳୀ ଚାଷ କରିବାକୁ ବହୁ ଚାଷୀ ମନ ବଳାଇଲେଣି। କନ୍ଧମାଳର ମାଟି ଉର୍ବର। ବିଭିନ୍ନ ଚାଷ ପାଇଁ ମାଟି ବେଶ ଅନୁକୁଳ। ବିଶେଷତଃ ପାରମ୍ପରିକ ଧାନଠାରୁ ବିଭିନ୍ନ ପନିପରିବା ଚାଷ ଭଲ ହୁଏ। ଏସବୁ ଚାଷରେ ଅଧିକ ଖର୍ଚ୍ଚ। ଆଉ ପରିଶ୍ରମ କି କମ ନୁହେଁ। ହେଲେ ଲାଭ ସେତେଟା ମିଳୁ ନାହିଁ। ଯାହା ଫଳରେ ବହୁ ଚାଷୀ ଏସବୁ ଚାଷ ପ୍ରତି ମୁହଁ ଫେରାଇ ନେବାକୁ ବସିଛନ୍ତି। ହେଲେ ଏବେ ନୂଆ ରୋଜଗାରର ଭିନ୍ନ ବାଟ ଦେଖାଇଛି କଦଳୀ ଚାଷ। ଏଥି ପାଇଁ ସରକାରୀସ୍ତରରେ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଛି। ଚାଷୀଙ୍କୁ ବେଶୀ ପରିଶ୍ରମ କରିବାକୁ ପଡୁ ନାହିଁ କି ଖର୍ଚ୍ଚ କରିବାକୁ ହେଉ ନାହିଁ। ବର୍ଷକୁ ଜଣେ ଚାଷୀ ଲକ୍ଷେ ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରୁଛି। ଏମିତି ଏକ ପରୀକ୍ଷା ମୂଳକ ଭାବେ କିଛି ଚାଷୀଙ୍କୁ କଦଳୀ ଚାଷ କରିବାକୁ ବୁଝାଯାଇଥିଲା। ସେମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ଉଦ୍ୟାନ କୃଷି ବିଭାଗ ଓ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ କୁହାଯାଇଥିଲା। ତୁମୁଡିବନ୍ଧ ବ୍ଳକ ଖମଣାପଡା ଗାଁରୁ ୫୮ ଜଣ ଚାଷୀ କଦଳୀ ଚାଷ କରିବାକୁ ଆଗେଇ ଆସିଥିଲେ। ପ୍ରତି ଚାଷୀଙ୍କୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚମ୍ପା ଓ ଗ୍ରାଣ୍ଡ ଏନ୍ ୩୦୦ଟି ଲେଖାଏଁ କଦଳୀ ଚାରା ଯୋଗାଇ ଦିଆଯାଇଥିଲା। ଆଉ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ବାଡ ଏବଂ ସାର ଓ କୀଟନାଶକ ସୁବିଧା କରାଯାଇଥିଲା। ଚାଷୀମାନେ ନିଜର ଜାଗାରେ କଦଳୀ ଚାଷ କରିଥିଲେ । ୮-୯ ମାସ ପରେ କଦଳୀ ଫଳିଲା।

 

ଗୋଟିଏ କଦଳୀ କାନ୍ଧିର ଓଜନ ୨୦ରୁ ୨୫ କିଲୋ। କିଲୋ ପିଛା ୧୦ରୁ ୧୫ ଟଙ୍କା ଟଙ୍କାରେ ଚାଷୀ କଦଳୀ ବିକ୍ରି କଲେ। ଗୋଟିଏ କାନ୍ଧିରେ ଅତି କମରେ ୫୦ରୁ ୬୦ ଟଙ୍କା ଖର୍ଚ୍ଚ ହେଲା। ହେଲେ ଗୋଟିଏ କାନ୍ଧିକୁ ଚାଷୀ ବିକ୍ରି କଲା ୨୦୦ରୁ ୨୫୦ ଟଙ୍କାରେ। କହିବାକୁ ଗଲେ ଜଣେ ଚାଷୀ ବର୍ଷକୁ ଏକ ଲକ୍ଷରୁ ଅଧିକ ଟଙ୍କା ପାଇବାକୁ ସକ୍ଷମ ହୋଇଛି। ଏହ‌ି ମାନଙ୍କ ମଧ୍ୟରୁ ଜଣେ ସଫଳ କଦଳୀ ଚାଷୀ ହେଉଛନ୍ତି ସୁବଳ ପାତ୍ର। ଯିଏ କି ପ୍ରଥମେ କଦଳୀ ଚାଷ କରିବାକୁ ଆଗେଇ ଆସିଥିଲେ।

ସୁବଳଙ୍କ କହିବା ଅନୁଯାୟୀ ସେ କଦଳୀ ଚାଷରୁ ଲକ୍ଷେ ଟଙ୍କାରୁ ଅଧିକ ପାଇଛନ୍ତି। ପୂର୍ବରୁ ଯେଉଁ ଜାଗାରେ ସୋରିଷ ଓ ମକା ଚାଷ କରି ମାତ୍ର ୧୦ରୁ ୧୫ ହଜାର ଟଙ୍କା ପାଉଥିଲେ। ଏହି ଚାଷୀଙ୍କ କଦଳୀ ଚାଷ ଲାଭ ଦେଖି ବହୁ ଚାଷୀ ଏବେ କଦଳୀ ଚାଷ କରିବାକୁ ମନ ବଳାଇଛନ୍ତି। ହେଲେ କଦଳୀ ଚାଷକୁ ମନରେଗାରେ ସାମିଲ କଲେ ଆହୁରି ଅଧିକ ଚାଷ କଦଳୀ ଚାଷ କରନ୍ତେ ବୋଲି ଶ୍ରୀ ପାତ୍ର କହିଛନ୍ତି। ପୂର୍ବରୁ କଦଳୀ ଚାଷ କେବଳ ନିଜ ବାଡିରେ ହେଉଥିଲା। ଏବେ ଚାଷୀମାନେ ଚାଷ ଜମିରେ କଦଳୀ ଚାଷ କରିବାକୁ ଆଗ୍ରହ ପ୍ରକାଶ କ‌ରୁଛନ୍ତି। ଚଳିତ ବର୍ଷ କନ୍ଧମାଳରେ ୫୦୦ ଏକର ଜାଗାରେ କଦଳୀ ଚାଷ ହୋଇଛି। ଆଗାମୀ ବର୍ଷଗୁଡିକରେ ଅଧିକ ଜାଗାରେ କଦଳୀ ଚାଷ ହେବ ବୋଲି ଆଶା ରହିଛି ବୋଲି ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ମନୋଜ କୁମାର ଦାସ କହିଛନ୍ତି। କେବଳ ଦୀର୍ଘ ମିଆଦି ଚା‌ଷକୁ ମନରେଗାରେ ସାମିଲ କରାଯାଇଛି। କଦଳୀ ଚାଷ ସ୍ବଳ୍ପ ମିଆଦି ହୋଇଥିବାରୁ ସରକାରଙ୍କ ନିୟମ ଅନୁଯାୟୀ ଏହା ମନରେଗାରେ ସାମିଲ‌ ହେବାର ନାହିଁ। କଦଳୀ ଚାଷ ଅନ୍ୟ ଚାଷଠାରୁ ଅଧିକ ଲାଭଜନକ ଚାଷ। ତେଣୁ କନ୍ଧମାଳର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଅଧିକ ଚାଷୀ କଦଳୀ ଚାଷ କରିବାକୁ ଆଗେଇ ଆସିବାକୁ ସେ ପରାମର୍ଶ ଦେବା ସହ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026

You Might Also Like