-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
05-Sep-2023
ବୋଡ଼େନ(ଡୋଲେଶ୍ଵର ବାଗ ): ସରଳ ଓ ସହଜ ଉପାୟର ଶାସନ ପ୍ରଣାଳୀ ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଆଜି ବୋଡ଼େନ ବ୍ଲକର କର୍ଲାକୋଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ବୋଡ଼େନ ବିଡିଓ ପ୍ରିୟରଞ୍ଜନ କୁମାର ଓ ବୋଡ଼େନ ତହସିଲଦାର ରାଜେଶ କୁମାର ମେହେରଙ୍କ ମିଳିତ ଭାବେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ସମସ୍ତ ୮୦ ଗୋଟି ଅଭିଯୋଗକୁ ଗ୍ରହଣ କରାଯାଇଥିବା ବେଳେ ତନ୍ମଧ୍ୟରୁ କିଛି ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଇଛି ।ଶିବିରରେ ସ୍ଥାନୀୟ ସରପଞ୍ଚ ମଙ୍ଗଳ ସିଂ ଦଳ, ନାଏବ ସରପଞ୍ଚ ତଥା ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ମାନେ ଯୋଗଦାନ କରି ବି ଡି ଓ ଙ୍କୁ ସମସ୍ୟାର ସମାଧାନ କରିବାରେ ସହଯୋଗ କରିଥିଲେ ।ପ୍ରକାଶ ଥାଉ କି ଏହି ଅଞ୍ଚଳରେ ଅନେକ ଲୋକ ସରକାରୀ ଜମିରେ ଘର କରି ରହି ଆସୁଛନ୍ତି କିନ୍ତୁ ତାର ଜମି ପଟ୍ଟା ସେମାନଙ୍କ ନାମରେ ନାହିଁ ତେଣୁ ତହସିଲଦାର ରାଜେଶ କୁମାର ମେହେରଙ୍କୁ ଲିଖିତ ଅଭିଯୋଗ କରିଥିଲେ ଏହାର ସ୍ଥାୟୀ ବ୍ୟବସ୍ଥା କରିବାକୁ ।ପୁଣି ଏଠାକାର ସାମୁହିକ ସମସ୍ୟା ଜଳଯୋଗାଣ ପାଇଁ ମଧ୍ୟ ଅଭିଯୋଗ ଆସିଅଛି ।