-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
05-Sep-2023
ବେଲପଡା(ପୁର୍ଣ୍ଣ ଶଶୀ ଶେଖର ରାଓ) ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗ୍ରାମାଞ୍ଚଳରେ ଲୋକ ଙ୍କ ଗମନାଗମନ ସୁବିଧା ପାଇଁ ରାସ୍ତା ନିର୍ମାଣ କରୁଥିବା ବେଳେ ଠିକାଦାର ଯନ୍ତ୍ରୀ ଓ ଅଧିକାରୀ ମିଶି ନିମ୍ନ ମାନର ନିର୍ମାଣ କରି ଟଙ୍କା ଆତ୍ମସାତ କରୁଥିବା ଯୋଗୁଁ ସେସବୁ ଅଳ୍ପ ଦିନ ମଧ୍ୟରେ ଭାଙ୍ଗିରୁଜି ଚୁରମାର ହୋଇଯାଉଛି। ଯାହା ଫଳରେ ଲୋକମାନେ ଅସୁବିଧା ଭୋଗୁଛନ୍ତି କିନ୍ତୁ ସରକାରଙ୍କ ଟଙ୍କା ମଧ୍ୟ ବର୍ବାଦ ହୋଇଯାଉଛି। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ମଣ୍ଡଳ ପଞ୍ଚାୟତ ସର୍ଗିଗୁଡା ଗାଁ ରେ ଚଳିତ ବର୍ଷ
୨୦୨୩-୨୪ ଜିଲ୍ଲା ପରିଷଦ ପାଣ୍ଠି ରୁ ୨,୧୦୦୦୦ ଟଙ୍କା ବିନିମୟରେ ନିର୍ମିତ ହେଇଥିଲା କଂକ୍ରିଟ ରାସ୍ତା। ଠିକାଦାର ଅତି ନିମ୍ନ ମାନର ନିର୍ମାଣ କରିଥିବା ହେତୁ ରାସ୍ତା କାମକୁ ଏକ ମାସ ପୁରିଛି କି ନାହିଁ ଭାଙ୍ଗିବାକୁ ବସିଲାଣି। ଆଉ କିଛି ଦିନ ପରେ ସମ୍ପୂର୍ଣ୍ଣ ଚୁର୍ମାର ହୋଇଯିବ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି। ଉକ୍ତ କାର୍ଯ୍ୟ ସମୟରେ ବ୍ଳକର ପ୍ରଶାସନିକ ଅଧିକାରୀ ମାନେ କେହି ମଧ୍ୟ ତଦାରଖ ପାଇଁ ଆସିନଥିଲେ ବୋଲି ଗ୍ରାମବାସୀ କହିଛନ୍ତି। ଯାହାକି ଠିକାଦାର ସୁଯୋଗ ପାଇ ଅତ୍ୟନ୍ତ ନିମ୍ନ ମାନର ନିର୍ମାଣ କରିଛନ୍ତି।ଏ ବିଷୟରେ ଆମେ ମଣ୍ଡଳ ପଞ୍ଚାୟତ ଦାୟିତ୍ଵ ରେ ଥିବା କନିଷ୍ଠ ଯନ୍ତ୍ରୀ ଅମୃତା ଜେନା ଙ୍କୁ ଯୋଗାଯୋଗ କରିବାରୁ ମେଡମ କଲ୍ ଗ୍ରହଣ କରିନଥିଲେ।ଏ ସମ୍ପର୍କରେ ଜିଲ୍ଳା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଉଚିତ୍ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।