-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
01-Sep-2023
(ପ୍ରେରଣା ଖବର)
ବରଗଡ଼ ଜିଲ୍ଲା କେବାଡ ଗ୍ରାମରେ କବି ଅକୃର ବାଗଙ୍କ ସଭାପତିତ୍ବରେ ଏକ ସଭା ରେ ତହଁକ୍ କୁଟୁମ୍ ର ନୁଆଁଖାଇ ଭେଟ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଅଧ୍ୟାପକ ଜଗଦୀଶ ଭୋଇ, କବି ଶ୍ରିୟାକାନ୍ତ ଦାଶ, କବି ଦୁର୍ବାଦଲ ଖେତି ତହଁକ୍ ସମ୍ପାଦକ ରାଜେଶ ଦଣ୍ଡସେନାଙ୍କ ସମେତ ଗ୍ରାମର ଅନନ୍ତ ବ୍ରତ କମିଟୀର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏହି ବୈଠକରେ କେବାଡ ଗ୍ରାମର ଅନନ୍ତ ବ୍ରତ କମିଟୀର ସହଯୋଗ ରେ ତହଁକ୍ କୁଟୁମ୍ ର ନୁଆଁଖାଇ ଭେଟ୍ - ୨୦୨୩ ପାଳନ କରାଯିବ ବୋଲି କମିଟୀ ତରଫରୁ ନିଷ୍ପତ୍ତି ନିଆଯାଇଥିଲା। ଆଗାମୀ ଅକ୍ଟୋବର ୧ ତାରିଖ ରବିବାର ଦିନ ସକାଳ ୯ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଏହି ଅବସରରେ କବିତା ଆସରର ଆୟୋଜନ ରଖାଯାଇଛି। ପ୍ରଥମ ଥର ପାଇଁ ଏହି କମିଟୀ ତରଫରୁ ଏଭଲି ଏକ ସାହିତ୍ୟ ଆସର କରୁଥିବାରୁ କମିଟୀ ସଦସ୍ୟ ମାନଙ୍କ ମଧ୍ୟରେ ଭରପୁର ଉତ୍ସାହ ଥିବା ଦେଖିବାକୁ ମିଳିଥିଲା। ବଡା ଜାକଜମକରେ ଏହି ଉତ୍ସବକୁ ସମାପନ କରାଯିବ ବୋଲି କମିଟୀ ପକ୍ଷରୁ କୁହାଯାଇଛି। ସଭା ଶେଷରେ ରାଜେଶ ଦଣ୍ଡସେନା ଧନ୍ୟବାଦ ଜଣାଇ ସଭାଟିକୁ ସମାପନ କରିଥିଲେ।