-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ଶୁଭିବନି ଆଉ ପଣ୍ଡିତ ମେଘନାଦ ଙ୍କ ଗୁରୁ ଗମ୍ଭୀର ମନ୍ତ୍ର ଧ୍ୱନୀ , ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରୁଗୁଡି ପଡା ଦୂର୍ଗା ପୂଜା କମିଟି

01-Sep-2023



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ଜିଲ୍ଲାର ଜଣାଶୁଣା ଅମାୟିକ ବ୍ୟକ୍ତିତ୍ୱ ତଥା ଜଣେ ଲବ୍ଧପ୍ରତିଷ୍ଠିତ ପଣ୍ତିତ ଭାବରେ ସମଗ୍ର ରାଜ୍ୟରେ ପ୍ରତିଷ୍ଠିତ ଥିବା ବିଶିଷ୍ଟ ପଣ୍ଡିତ ମେଘନାଦ ପାଣିଗ୍ରାହୀଙ୍କ ଆଜି ସଂଧ୍ୟା ରେ ବିୟୋଗ ଘଟିଛି  । କର୍ମକାଣ୍ତ ଶାସ୍ଠ, ପୂଜାପଦ୍ଧତିରେ ତାଙ୍କର  ଅଗାଧ ଜ୍ଞାନ ଥିଲା । ପେଶାରେ ସିଏ ଜଣେ ଅlଦର୍ଶ ଶିକ୍ଷକ ଥିବାବେଳେ  ନିଶାରେ ସେଥିଲେ କର୍ମକାଣ୍ତ ସାଧକ । ବିବାହ, ବ୍ରତ, ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ

ସହିତ ଚଣ୍ତିପାଠ ଓ ଯଜ୍ଞ ଅନୁଷ୍ଠାନର ଜଣେ ପୋଖତ ପଣ୍ତିତ । ୧୯୯୦ ରୁ ୨୦୦୧ ସୋନପୁର ମା ସମଲେଶ୍ୱରୀ ମନ୍ଦିର ବେଢାରେ ୧୨ ବର୍ଷ ଚଣ୍ତିଯଜ୍ଞର ମୁଖ୍ୟ ପୁରୋହିତର ଦାୟିତ୍ୱ ତୁଲାଇଲା ପରେ ୨୦୧୧ ମସିହାରେ ମାଁ ସୁରେଶ୍ୱରୀଂକ ପାବନ ପୀଠରେ ନଅ ଦିନ ବ୍ୟାପି ଚଣ୍ତି ମହାଯଜ୍ଞର ମୁଖ୍ୟ ପୁରୋହିତ ଭାବେ ଅତି ଚମତ୍କାରଭାବେ ମନ୍ତ୍ର ଉଚ୍ଚାରଣ କରିବା ସହ ଦାୟିତ୍ୱ ନିର୍ବାହକରି ମାଁଙ୍କ ପ୍ରତି ତାଂକରି ଭକ୍ତିର ନିଦର୍ଶନ ସୃଷ୍ଟି କରିପାରିଥିଲେ । ବାଲାଙ୍ଗୀର  ରୁଗୁଡ଼ିପଡା ଦୁର୍ଗା ମଣ୍ଡପ  ଓ  ପାଖ ପଡୋଶୀ ବିଭିନ୍ନ ଜିଲ୍ଲା ର ଦୁର୍ଗା ମଣ୍ଡପ  କାଳୀ ମଣ୍ଡପ ଠାରେ  ମଧ୍ୟ ଶ୍ରୀ ପାଣିଗ୍ରାହୀ ଦୀର୍ଘ  ୨୫/୩୦ ବର୍ଷ ଧରି ଲଗାତାର ଭାବେ ନିଷ୍ଠା ଓ ସ୍ପଷ୍ଟ ଭାବେ ଉଚ୍ଚ କୋଟିର  ମନ୍ତ୍ର ପଠନ କରି ସବୁଠି  ହଜାର ଭକ୍ତ ଶ୍ରଦ୍ଧାଳୁ ଙ୍କୁ  ସେ ମନ୍ତ୍ର ଦ୍ୱାରା ଭାବ ବିହ୍ଵଳ କରି ଦେଉଥିଲେ l ଶ୍ରୀ ମେଘନାଦ ଙ୍କ ମନ୍ତ୍ର ଉଚ୍ଚାରଣ ଓ ଗୁରୁ ଗମ୍ଭୀର  ସୁ ମଧୁର ସ୍ୱରରେ ଯେ କେହି ବି ଲୋକ ଙ୍କୁ ରାସ୍ତା ରୁ ପୂଜା ମଣ୍ଡପ କୁ ଟାଣି ଆଣୁଥିଲା l ଆଜି ସଂଧ୍ୟା ୫ ଘଣ୍ଟା ସମୟରେ ତାଂକରି ହିଙ୍ଗମା ଗ୍ରାମ ସ୍ଥିତ ବାସ ଭବନରେ ସ୍ୱର୍ଗାରୋହଣ ହୋଇଛି । ତାଂକରି ଧର୍ମପତ୍ନୀ, ୨ପୁଅ, ଝିଅଜ୍ୟୋଇଁ ସହିତ ନାତି ନାତୁଣି ଅଛନ୍ତି । ତାଂକରି ସ୍ୱର୍ଗାରୋହଣ ଖବର ପରେ ସୁବର୍ଣ୍ଣପୁର  ବ୍ରାହଣ ସମାଜ, ସୁରେଶ୍ୱରୀ ମନ୍ଦିର ଚଣ୍ଡୀ ଯଜ୍ଞ କମିଟି, ବିଭିନ୍ନ ଧର୍ମାନୁଷ୍ଠାନ ଓ

ଜିଲ୍ଲାର ବୁଦ୍ଧିଜୀବୀ, ଭକ୍ତ ଶ୍ରଦ୍ଧାଳୁ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।  ସୁବର୍ଣ୍ଣପୁର ତ୍ରିବେଣୀ ସଙ୍ଗମ ସ୍ଥିତ ଶ୍ମଶାନ ଘାଟ ଠାରେ ଆଜି ତାଙ୍କର ଅନ୍ତିମ ସଂସ୍କାର ହୋଇଥିବାବେଳେ ବଡ଼ପୁଅ ସୋମନାଥ ପାଣିଗ୍ରାହୀ ମୁଖାଗ୍ନୀ ଦେଇଥିଲେ। ଆଜି ବଲାଙ୍ଗିର ରୁଗୁଡ଼ି ପଡା ଦୂର୍ଗା ପୂଜା କମିଟି ପକ୍ଷରୁ ସଭାପତି ଚେତନାନନ୍ଦ ପଣ୍ଡା , ସମ୍ପାଦକ ହରି ନାରାୟଣ ପୁଝାରୀ,  ହିମାଂଶୁ ପାଢୀ , ସକ୍ରିୟ ସଭ୍ଯ ଚିଣ୍ଟୁ ପଣ୍ଡା , ବିଭୂତି ଭୂଷଣ ମିଶ୍ର ପ୍ରମୁଖ ଯୋଗ ଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like