-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
01-Sep-2023
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଲୋଅର ଶୁକତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ଭୁଣ୍ଡିମୁହାଁଣ ତଥା କଙ୍କରା ଗ୍ରାମ ପରିଦର୍ଶନ ରେ ଯାଇ ଗ୍ରାମବାସୀ ଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ କଙ୍କରା ଏବଂ ଭୁଣ୍ଡିମୁହାଁଣ ଆଂଶିକ ଭାବେ କ୍ଷତିଗ୍ରସ୍ତ ହେଉଛି।
ଭୁଣ୍ଡିମୂହାଣ ଓ କଙ୍କରା ଗ୍ରାମର ଶତାଧିକ ଗ୍ରାମବାସୀ, ମାନ୍ୟବର ସାଂସଦ ଙ୍କୁ ଭେଟି, ଏଲ୍ .ଏ ଓ ଆର୍. ଏ ପାଉଣା ସମ୍ପୂର୍ଣ୍ଣ ରୂପେ ଗ୍ରାମବାସୀଙ୍କୁ ମିଳିନଥିବା ଏବଂ କଙ୍କରା ଗ୍ରାମ ର ବିସ୍ଥାପିତ କଲୋନୀରେ ବିଦ୍ୟୁତ ଏବଂ ଜଳଯୋଗାଣ ର କୌଣସି ସୁବିଧା ହେଇ ନଥିବା ସହିତ କଲୋନୀ କୁ ଯିବା ପାଇଁ ରାସ୍ତା ମଧ୍ୟ ଏପର୍ଯ୍ୟନ୍ତ ହେଇନଥିବା ନେଇ ସାଂସଦଙ୍କୁ ଅଭିଯୋଗ କରିଥିଲେ।
ମାନ୍ୟବର ସାଂସଦ ଶ୍ରୀମତୀ ସିଂହଦେଓ, ଏହାକୁ ନେଇ ଜିଲ୍ଲା ପ୍ରଶାସନଙ୍କ ସହ ଆଲୋଚନା କରିବା ସହ ବୁଡି ଅଞ୍ଚଳର ପ୍ରତ୍ୟେକ ପରିବାର ଯେପରି ସମ୍ମାନ ର ସହ ବିସ୍ଥାପିତ ହେବେ ସେଥିପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ସାଂସଦ ଙ୍କ ସହ ବଲାଙ୍ଗିର ର ବରିଷ୍ଠ ବିଜେପି ନେତା ଗୋପାଲଜୀ ପାଣିଗ୍ରାହୀ, ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା, ଚୂଡ଼ାପାଲି ମଣ୍ଡଳ ସଭାପତି ନରେଶ ଅଗ୍ରୱାଲ, ଅନୁରାଗି ନାହାକ,ସୁଦାମ ଧରୁଆ, ସହଦେଵ ପ୍ରଧାନ ଏବଂ ଲିଙ୍ଗରାଜ ସେଠ ପ୍ରମୁଖ ଉପସ୍ଥିତ ଥିଲେ।