-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
01-Sep-2023
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ ): ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲାରେ ଝାଡାବାନ୍ତି ଆକ୍ରାନ୍ତ ହୋଇ ଦୁଇ ମୃତ ଓ ୬୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇ ସ୍ବାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଫେରିଥିବା ବେଳେ ଏବେ ସ୍ଥିତି ସୁଧୁରୁ ଥିବା ବେଳେ ଗୁରୁବାର ସ୍ବାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ର ଝରିଆଲ ଠାରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ କିଭଲି ଭାବରେ ସଂକ୍ରମଣ ନ ହେବ ସେଥିପାଇଁ ସଚେତନତା ମୁଳକ ଭାବେ ହାତ ଧୋଇ ଖାଦ୍ୟ ଖାଇବା, ପାଣି ଫୁଟାଇ ପିଇବା ଭଲି କିଛି ସଚେତନ ରହିଲେ ଆକ୍ରାନ୍ତ କୁ ଏଡାଇ ଦିଆଯାଇ ପାରିବ ବୋଳି ଲୋକଙ୍କୁ ସଚେତନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମ ଝରିଆଲ ସିଏଚଓ ଶର୍ମିଷ୍ଠା ବଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ହୋଇଥିବା ବେଳେ ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲେ, ଏଥିରେ ଅନ୍ୟମାନଙ୍କ ମଧ୍ଯରେ ଏନଏମ ନିରୁପମା ବାଗଙ୍କ ସହ ସମସ୍ତ ଆଶା ମା ଓ ୱାର୍ଡ ସଭ୍ଯ ସଭ୍ୟା ଉପସ୍ଥିତ ଥିଲେ।