-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
01-Sep-2023
ସମ୍ବଲପୁର ତା ୩୧/୦୮, ଆଜି ସନ୍ଧ୍ୟା ୦୬ଟା ସମୟରେ ଓଡିଶା ସାଂସ୍କୃତିକ ସମାଜର ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ଭବନଠାରେ ସ୍ୱଭାବକବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି। ଅନୁଷ୍ଠାନର ଉପସଭାପତି ଶିବନାରାୟଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପଣ୍ଡିତ ପୂର୍ଣଚନ୍ଦ୍ର ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ପ୍ରାଚୀନ ଭାରତୀୟ କାବ୍ଯଧାରାକୁ ଗଙ୍ଗାଧର ଅତି ସୁନ୍ଦର ଭାବରେ ଅନୁସୃତ ହୋଇଛି। ଏହି ଧାରାରେ ସୀତାଙ୍କୁ ସେ ଜ୍ୟୋତିର୍ମୟୀ ଭାବରେ ବର୍ଣନା କରିଛନ୍ତି।ଓଡିଆ ଭାଷାର ପ୍ରୟୋଗ ହୋଇଥିବା ଅନେକ ଶବ୍ଦ ସମୟକ୍ରମେ ଭୁଲ ଭାବରେ ଉଚ୍ଚାରିତ ହେଉଛି ଏଥିପ୍ରତି ଆମେ ସଂଯତ ହେବା ଉଚିତ ଗଙ୍ଗାଧର ମଧ୍ଯ ସେଥିପ୍ରତି ତାଙ୍କ ଲିଖନରେ ଯତ୍ନଶୀଳ ଥିଲେ ତଥା ପ୍ରାଚୀନ ସାହିତ୍ୟ ଉପରେ ମଧ୍ଯ ଗଙ୍ଗାଧରଙ୍କ ଗଭୀର ଜ୍ଞାନ ରହିଥିଲା ବୋଲି ସେ ପ୍ରକାଶ କରିଥିଲେ। ସମ୍ପାଦକ ଡ ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ତଥା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଦିନବନ୍ଧୁ ପଣ୍ଡା,ଦିଲୀପ କୁମାର ବଘାର ପୁରସ୍କାର ବିତରଣୀ କାର୍ଯ୍ଯକ୍ରମ ସଂଯୋଜନା କରିଥିଲେ। ଏଥିରେ ଗଙ୍ଗାଧର ସଂଗୀତ ପ୍ରତିଯୋଗିତାର ବିଚାରକ ବିଭୂତି ପଟ୍ଟନାୟକ,ତ୍ରିଲୋଚନ ତ୍ରିପାଠୀ ଏବଂ ବ୍ରଜେନ୍ଦ୍ର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୋପାଳ ଗୁପ୍ତା,ଲଲିତ ମୋହନ ବେବର୍ତ୍ତା,ଡ. ସତ୍ୟନାରାୟଣ ଠାକୁର, ଉପସଭାପତି ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ କାର୍ଯକ୍ରମରେ ସହଯୋଗ କରିଥିଲେ।ଶେଷର ସହସମ୍ପାଦକ ସୁରେଖା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶ ଥାଉକି ସାଂସ୍କୃତିକ ସମାଜ ପକ୍ଷରୁ ଆଜି ସକାଳେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ମ୍ୟୁନିସିପାଲିଟି ଛକ ସ୍ଥିତ ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।
ସମ୍ବଲପୁର ରୁ ସଂଜୀବପାଣିଗ୍ରାହୀ ସାମ୍ବାଦିକ