-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
01-Sep-2023
ବଲାଙ୍ଗୀର : ବୃକ୍ଷ ଆମର ପ୍ରକୃତ ବନ୍ଧୁ , ବୃକ୍ଷ ଆମର ପ୍ରକୃତ ମିତ୍ର ନାରା ଦେଇ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପରିସରରେ ଛତ୍ରଛାତ୍ରୀମାନେ ପବିତ୍ର ରକ୍ଷାବନ୍ଧନ ଉତ୍ସବରେ ବୃକ୍ଷ ଗୁଡ଼ିକକୁ ରାକ୍ଷୀ ବାନ୍ଧିଲେ । ବିଦ୍ୟାଳୟର ଅମରବତୀ ଇକୋ କ୍ଲବ ଓ ଜୁନିୟର ରେଡ଼କ୍ରସ ୟୁନିଟ ତରଫରୁ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ସଭାପତିତ୍ୱ କରିଥିଲେ । ବୃକ୍ଷ ସଦାସର୍ବଦା ଦାତବ୍ୟ ଭାବରେ ମାନବ ସମାଜ ପାଇଁ ହିତ ସାଧନ କରିଥାଏ । ବୃକ୍ଷର ମହତ ଗୁଣ ବିଷୟରେ ଉପରେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଓ ଶିକ୍ଷୟତ୍ରୀ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ସୁଦର୍ଶନ
ଦାଶ, ଲିଙ୍ଗରାଜ ନନ୍ଦ, ସମୀର ସେଠୀ, ଦୀପକସେନ ଧରୁଆ, ଶିକ୍ଷୟିତ୍ରୀ ରେଣୁକା ସାହୁ, ଦ୍ରୌପଦୀ ଭୋଇ , କାନ୍ତି ଭୋଇ ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ କୃପାସିନ୍ଧୁ ମିଶ୍ର ପରିଚାଳନା କରିଥିଲା ବେଳେ ପ୍ରକୃତିବନ୍ଧୁ ତଥା ଜୁନିୟର ରେଡ଼କ୍ରସ କାଉନସେଲର ରାମ ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।