-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
01-Sep-2023
ବଲାଙ୍ଗିର (ପ୍ରେରଣା ଖବର ): ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପାଞ୍ଚ ଦିନ ବ୍ୟାପି ଘୁନଘୁଟିପାଳି ଗ୍ରାମରେ ଝୁଲଣ ଯାତ୍ରା ସମ୍ପର୍ଣ୍ଣ ହୋଇଯାଇଛି । ରାଧା କୃଷ୍ଣ ଙ୍କ ଯୁଗଳ ମୂରତୀଙ୍କୁ ଦେଉଳ ଗାଁ ଜଗନ୍ନାଥ ମନ୍ଦିରରୁ ଆଣି ଘୁନଘୁଟିପାଲି ପୂଜା ମଣ୍ଡପ ଠାରେ ସ୍ଥାପିତ କରାଯାଇଥିଲା ଏବଂ ଗ୍ରାମର ସମସ୍ତ ଜନସାଧାରଣ ହୋଇଯାଇଥାଏ ଗୋପୀ ଗୋପାଳ ଆଉ ଘୁନଘୁଟିପାଲି ଗାଁ ହେଇଯାଏ ବୃନ୍ଦାବନ । ସମସ୍ତଙ୍କ ଘର ସାମ୍ନାରେ ଝୋଟି କଳସ ଦୀପ ଜାଳି ପ୍ରଭୁଙ୍କୁ ସ୍ଵାଗତ କରାଯାଏ ଓ ପ୍ରତିଦିନ ସନ୍ଧ୍ୟାରେ ବ୍ୟଠକି ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଥାଏ । ଶ୍ରାବଣ ପୂର୍ଣ୍ଣିମା ଦିନ ରାଧାକୃଷ୍ଣ ଯୁଗଳ ମୂର୍ତ୍ତିଙ୍କୁ ରଥରେ ବସାଇ ନଗର ପରିକ୍ରମା କରାଯାଇଥାଏ। ପ୍ରତ୍ୟହ ୧୬ ପ୍ରକାର ବ୍ୟଞ୍ଜନ ପ୍ରଭୁଙ୍କୁ ସମର୍ପିତ କରାଯାଇ ଭୋଗ କରାଯାଇଥାଏ । ଏହି ଯାତ୍ରାରେ ଆଖପାଖ ଅଂଚଳର ବହୁ ଭକ୍ତ ଯୋଗଦେଇ ପ୍ରଭୁଙ୍କ କୃପା ଲାଭ କରିଥାଆନ୍ତି । ଏବର୍ଷ ଲୟ ବାରଲେଣ୍ଡିଆ ଓ ବବିତା ପୂଜା କର୍ତ୍ତା ଭାବେ ଥିବାବେଳେ ହରିଶନ୍ଦ୍ର ବଗର୍ତ୍ତି, ଲକ୍ଷଣ ପରୁଆ , କାଳିଆ ବିଶି, ତାରା ନାଗ, ମନ୍ତୁ ସେଠ୍ ଆହୁରି ଅନେକ ବ୍ରତୀ ଭାବେ ରହିଥିଲେ । ପୂଜକ ନାରାୟଣ ରଥ ପୂଜା କରିଥିଲେ। ରମଣୀ ପଟେଲ, କିଶୋର ସାହୁ, କ୍ଷମାନିଧି ବିଶି, ଡୋଲାମଣି ବଗର୍ତ୍ତି, ଅର୍ଜୁନ ସାହୁ , ଅକ୍ଷୟ ସାହୁ, କୀର୍ତ୍ତି ବନଗୋଲା ପ୍ରମୁଖ ସହଯୋଗ କରିଥଲେ ।