-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
01-Sep-2023
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ପଞ୍ଚାୟତରେ ବିଗତ ଦିନରୁ ଝାଡାବାନ୍ତି ରୋଗ ବ୍ୟାପି ଦୁଇ ଜଣଙ୍କ ମୃତ୍ୟୁ ଘଟଣା କୁ ନେଇ ମିଡିଆ ସହଯୋଗରେ ସାରା ରାଜ୍ୟରେ ଚହଳ ପଡ଼ିଥବା ବେଳେ ବର୍ତ୍ତମାନ ପ୍ରଶାସନିକ ଅଧିକାରୀ ଓ ସ୍ବାସ୍ଥ୍ୟବିଭାଗର ତତ୍ପରତା ଯୋଗୁଁ ଝାଡାବାନ୍ତି ଆକ୍ରାନ୍ତ ବର୍ତ୍ତମାନ ନିୟନ୍ତ୍ରଣରେ ଅଛି । ଆଜି ଏ ନେଇ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ତଥା ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ଆୟୁବ ଖାନ ସିନ୍ଧେକେଲା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ପହଞ୍ଚି ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଖୁଣ୍ଟିଆଙ୍କ ସହ ସାକ୍ଷାତ କରି ରୋଗର କାରଣ ସହ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ବୁଝିବା ସହ ରୋଗୀମାନଙ୍କୁ ୱାଡ଼ ୱାଡ଼ ବୁଲି ଦେଖିଥିଲେ । ରୋଗ ଆଗକୁ ଯେମିତି ନ ବ୍ୟାପିବ ସେ ସମ୍ପର୍କରେ ପରାମର୍ଶ ଦେବା ସହ ରୋଗ କୁ ନିୟନ୍ତ୍ରଣ
କରିଥିବାରୁ ଡା: ଖୁଣ୍ଟିଆ ଙ୍କୁ ଧନ୍ୟବାଦ ଦେଇଥିଲେ । ପୂର୍ବ ବିଧାୟକ ଶ୍ରୀ ଅୟୁବ ଖାଁ ଙ୍କ ପରିଦର୍ଶନରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ନରେଶ ଅଗ୍ରୱାଲ , ରାଜ୍ୟସଭା ସାଂସଦ ରୋଗୀ କଲ୍ୟାଣ ବିଭାଗ ପ୍ରତିନିଧି ସୁବାଷ ଜୈନ , ଯୁବ ବିଜେଡି ସଭାପତି ଭକ୍ତବନ୍ଧୁ ବେହେରା , ମନୋଜ ଚଣ୍ଡୀ , ପ୍ରବେଶ ଜୈନ , ଘୁଟୁ ପାଣ୍ଡିଆ, ଭବାନୀ ନାଗ , ମୁକେଶ ଭୋଇ , ବିଘ୍ନରାଜ୍ ମାଝି , ବୁଡ଼ା ରଣା ପ୍ରମୁଖ ସାମିଲ ହୋଇଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ଦୁଇଟି ଏକ୍ଟିଭ କେସ ରହିଛି।