-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
01-Sep-2023
ବରଗଡ: ବରଗଡ ଜିଲ୍ଲା ଝିଲିମିଣ୍ଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିର କୁମାର ଭୋଇ ସଭାପତିତ୍ବ କରିଥିଲେ। ସଭାରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଧର୍ମରାଜ ପ୍ରଧାନ ସଂଯୋଜନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡର ବରିଷ୍ଠ ଓକିଲ ଅଚ୍ୟୁତାନନ୍ଦ ମହାପାତ୍ର ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ରଘୁନାଥ ମେହେର ଓ ସମ୍ମାନୀତ ଅତିଥି ଭାବେ ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ର ୟୁରୋଲୋଜୀ ବିଭାଗର ମୁଖ୍ୟ ଡଃ ସଞ୍ଜୟ କୁମାର ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ କୁମାର ପଶାୟତ, ପରିଚାଳନା କମିଟି ର ସଭାପତି ହରେକୃଷ୍ଣ ପ୍ରଧାନ ଯୋଗ ଦେଇଥିଲେ ଓ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ। ଏହି ସମୟରେ ଶିକ୍ଷକ ଦୟାନିଧି ନାୟକ, ଶିକ୍ଷୟତ୍ରୀ ସ୍ନେହଲତା ପାତ୍ର, ନିରଞ୍ଜନ ପ୍ରଧାନ, ରୋହିତ କୁମାର ଭୋଇ ସଭାକାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ। ପରିଶେଷରେ ଅତିଥି ଶିକ୍ଷକ ଶିବାଜୀ ବିଶି ଧନ୍ୟବାଦ ଅର୍ପଣ କରିଥିଲେ।