-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
01-Sep-2023
ବରଗଡ:-ବରଗଡ଼ ଜିଲ୍ଲା ବରପାଲି ବନ୍ଧପାଲି ଗ୍ରାମ ରେ ୧୬୨ତମ ଗଙ୍ଗାଧର ଜୟନ୍ତୀ ମହାସମାରୋହରେ ପାଲିତ ହୋଇଯାଇଛି । ଝାଏଁରେ କଲାପଟା ସାହିତ୍ୟ ସଂସଦ, ସରସ୍ଵତୀ ଶିଶୁ ମନ୍ଦିର ବନ୍ଧପାଲି,ଭୁଲିଆ ସମାଜ ଓ ବନ୍ଧପାଲି ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି।ଏହି ସଭାରେ ନବୀନ କିଶୋର୍ ଗହୀର ପୈ।ରହିତ କରିଥିଲେ। ମୁଖ୍ୟ ଅତିଥି ଭାବରେ ଡଃ ସୁଭାଷ ମେହେର, ମୁଖ୍ୟ ବକ୍ତା ସୁଶାନ୍ତ ମିଶ୍ର, ସମ୍ମାନିତ ଅତିଥି ଅଶୋକ ପୁଝାରୀ, ସମ୍ମାନିତ ଅତିଥି କବି କିଶୋର କୁମାର ସାହୁ ଓ ସମ୍ମାନିତ କବୟିତ୍ରୀ ମାନିନୀ ମେହେର ଓ ସନ୍ତୋଷ ଦାଶ ଯୋଗଦେଇ ଗଙ୍ଗାଧର ସାହିତ୍ୟ ଆଲୋଚନା କରିଥିଲେ। ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଝାଏଁରେ କଲାପଟା ସାହିତ୍ୟ ସଂସଦ ର ସମ୍ପାଦକ କବି ଭରତ ନାଏକ। ପ୍ରାରମ୍ଭିକ ଓ ସମାପ୍ତି ସଙ୍ଗୀତ ଗାନ ଓ ପରିଚାଳନା କରିଥିଲେ ଭରତ ମେହେର ଓ ଭାଗ୍ୟବାନ ମେହେର । ଶେଷରେ ଧନ୍ୟବାଦ ଦେଇଥିଲେ କୃଷ୍ଣ ମେହେର। ସଭା ପରିଚାଲନା ରେ ସହଯୋଗ କରିଥିଲେ ହରିହର ମେହେର, ଧନେଶ୍ଵର ମେହେର,ବିନାୟକ ମେହେର, ଲକ୍ଷ୍ମୀ କାନ୍ତ ମେହେର,ନଵୀନ ମେହେର,ଦୁତିଆ ମେହେର,ହେମସାଗର ମେହେର,କମଳ ପ୍ରସାଦ ମେହେର,ମୋତିରାମ ମେହେର, ଭାଗିରଥି ବିଭାର, ପ୍ରଦୀପ ରାଉତ, ଦିଗାମ୍ବର ମେହେର,ଗୁନିଆ ମେହେର,ଭଲ୍ଟୁ ମେହେର, ଯୁଧିଷ୍ଠିର ମେହେର,ହିରାଧର ମେହେର, ଉମାକାନ୍ତ ସାହୁ,ସଦାନନ୍ଦ ସାହୁ,ଓ ଟିକେଶ୍ଵର ମେହେର।