-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିର ଇନ୍ଦିରା ନଗର ଠାରେ ମେଗା ଅଣସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

31-Aug-2023



ବଲାଙ୍ଗିର(ପ୍ରେରଣା ଖବର ): ଇନ୍ଦିରା ନଗର ୱାର୍ଡ ନ.୨୦ ଠାରେ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପରିସର ମଧ୍ୟରେ ସୁଶ୍ରୀ ଗାୟିତ୍ରୀ ଭୋଇ ( ଉପ-ନଗର ପାଳ, ବଲାଙ୍ଗିର ପୌର ପରିଷଦ)ଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ତତ୍ତ୍ୱବଧାନରେ ଏକ ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିରର ଆୟୋଜନ  କରାଯାଇଥିଲା l
ଉକ୍ତ ସ୍ୱାସ୍ଥ୍ୟ ଶିବିରରେ ଛୋଟ ଶିଶୁ ମାନଙ୍କ ଉପରେ ବିଶେଷ ଗୁରୁତ୍ୱ ଦେଇ ନବଜାତ ଶିଶୁ ଙ୍କ ଠୁଁ ନେଇ ୧୦ ବର୍ଷ ଶିଶୁ ପର୍ଯ୍ୟନ୍ତ ବିଭିନ୍ନ ଶିଶୁ ରୋଗ ଯାଞ୍ଚ ଓ ପରୀକ୍ଷା କରା ଯିବାର ସୁ ବ୍ୟବସ୍ଥା କରାଯାଇଥିଲା ଯେଉଁଠି 95 ଜଣ ବିଭିନ୍ନ ବୟସର ଶିଶୁ ଙ୍କୁ ବରିଷ୍ଠ ଚିକିତ୍ସକ ଶିଶୁ ବିଶେଷଜ୍ଞ୍ୟ ଡ଼ା. ସରୋଜ କୁମାର ତିଆଡ଼ି ଚିକିତ୍ସା ଓ ପରୀକ୍ଷା କରାଇଥିବା ବେଳେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଡ଼ା. ମନୋରମା ଶତପଥୀ ଅଣସଂକ୍ରମଣ ପ୍ରାୟ ୧୬୦ରୋଗୀଙ୍କୁ ଚିକିତ୍ସା ତଥା ପରୀକ୍ଷା କରାଇଥିଲେ l ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ବିଭିନ୍ନ ବର୍ଗ ର ବୟସ୍କ ବ୍ୟକ୍ତି ସମୂହ ଙ୍କ ପାଇଁ ଅଣ-ସଂକ୍ରମଣ ରୋଗ ଯଥା ରକ୍ତ ଚାପ, ମଧୁମେହ,ମେଦବହୁଳତା ଜୀବନଶୈଳୀର ସଠିକ ପରିଚାଳନା ଇତ୍ୟାଦି ପାଇଁ ପରାମର୍ଶ ଦେଇଥିଲେ l

ବଲାଙ୍ଗିର ୨୦ ନ. ୱାର୍ଡ ଓ ସ୍ଥାନୀୟ ଅଞ୍ଚଳରୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କର ଓଜନ, ଉଚ୍ଚତା ରକ୍ତଚାପ, ମଧୁମେହ ଏବଂ ଶରୀରର ସାଧାରଣ ସମସ୍ୟାର ପରୀକ୍ଷା ନିରୀକ୍ଷା କରାଯାଇ ସ୍ଥାନୀୟ ବାସିନ୍ଦା ଙ୍କୁ ନିଜ ଜୀବନ ଶୈଳୀ ପରିବର୍ତ୍ତନ ଓ ଯୋଗାସନ କରିବା ସମ୍ବନ୍ଧୀୟ ଧାରଣା ଦିଆଯାଇଥିଲା l

ଏହି ସ୍ୱାସ୍ଥ୍ୟ ଶିବିରର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବଲାଙ୍ଗିର ପୌର ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଉପନଗରପାଳ ସୁଶ୍ରୀ ଗାୟିତ୍ରୀ ଭୋଇ, ପିସ ୟୁନିସନ ନିର୍ଦେଶକ ସତ୍ୟ ରଞ୍ଜନ ମିଶ୍ର ଓ ଚେୟାରମେନ ରବି ରଞ୍ଜନ ପୂଜାରୀ ଅଂଶଗ୍ରହଣ କରି ସ୍ୱାସ୍ଥ୍ୟ ଶିବିରର ଆଭିମୁଖ୍ୟ ଓ ଏହାକୁ ଆହୁରି କିଭଳି ବ୍ୟାପକ କରାଯାଇ ପାରିବ ସେ ସମ୍ବନ୍ଧରେ ବକ୍ତବ୍ୟ ଦେଇଥିଲେ l ଇନ୍ଦିରା ନଗର ରାଧାକୃଷ୍ଣ ମନ୍ଦିର ସଦସ୍ୟଗଣ ଏକତା ହିଁ ବଳ ଓ ଏହା ବଶତଃ  କୌଣସି ଲୋକସେବା କରିବାରେ କଷ୍ଟ ହେବ ନାହିଁ, ଏହା ଜଣାଇଥିଲେ l
ଉକ୍ତ ଅଣସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ରେ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ର ସଭ୍ୟ, ସଭ୍ୟା ସତ୍ୟବ୍ରତ ଷଡ଼ଙ୍ଗୀ, ଶ୍ରୀମତୀ ମାମୀ ସିଂଦେଓ, ରୋଜାଲିନା ହୋତା, ଶ୍ରୀମତୀ ସୂର୍ଯ୍ୟାଶ୍ମି ହୋତା, ରୋନି ବଗର୍ତ୍ତୀ, ଡ଼ା ସୁଦାମ ମେହେର, ମଣି ଭଦ୍ର ପ୍ରଧାନ, ବିପିନ ବିହାରୀ ସେଟ, ଅଞ୍ଜଳି ନାଗ, ଦାଶରଥି ପ୍ରଧାନ ପ୍ରମୁଖ ନିଜ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ l ଇନ୍ଦିରା ନଗର ରାଧାକୃଷ୍ଣ ସେବା ମନ୍ଦିର ତରଫରୁ, ଦିଲୀପ ବଗର୍ତି, ସଞ୍ଜୟ ଶେଖର ଦେଓ, ଦେବାଶିଷ ଲେଙ୍କା, ଓଁକାର ନାୟକ ପ୍ରମୁଖ ସଭ୍ୟଗଣ ଯୋଗ ଦେଇଥିଲେ l 


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like