-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
31-Aug-2023
ସମ୍ବଲପୁର(ମେଘପାଳ): ଯୁଯୋମୁରା ବ୍ଲକ ମେଘପାଳ ପଞ୍ଚାୟତର ସ୍ୱଭାବ କବି ଗଙ୍ଗାଧର ମେହେର ପଞ୍ଚାୟତ ପାଠାଗାର ଠାରେ ଆଜି ଗଙ୍ଗାଧର ଜୟନ୍ତ୍ରି ପାଳିତ ହୋଇଯାଇଛି। ପ୍ରଥମେ ଗଙ୍ଗାଧରଙ୍କ ତୈଳ ଚିତ୍ରରେ ଦୀପ ପ୍ରଜ୍ଜଳନ କରି ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ସରପଞ୍ଚ୍ ମମତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସମିତି ସଦସ୍ୟା ଲିଲିମା ଧରୁଆ,ହାରାବତୀ ବେହେରା,ହୀରାଲାଲ ପ୍ରଧାନ,ରାଜେନ୍ଦ୍ର ସାହୁ,ବିନୋଦ ଧରୁଆ,ହୃଦାନନ୍ଦ ପ୍ରଧାନ,ଫକିର ମିର୍ଦ୍ଧା,ପ୍ରମିତା ପ୍ରଧାନ,ବାଦଲ ବେହେରା ପ୍ରମୂଖ ଯୋଗଦାନ କରି ଗଙ୍ଗାଧରଙ୍କ କାବ୍ୟ କବିତା ଓ ଜୀବନୀ ଉପରେ ଆଲୋଚନା କରି ଗଙ୍ଗଧାର ସମସ୍ତଙ୍କ ପାଇଂ ପ୍ରେରଣାର କର୍ଣ୍ଣଧାର ବୋଲି ଅବିହିତ କରିଥିଲେ।
ସମ୍ବଲପୁର-ସଞ୍ଜିବ ପାଣିଗ୍ରାହୀ ସାମ୍ବାଦିକ