-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
31-Aug-2023
ବରଗଡ:-ଆଜି ପ୍ରାତଃ ୪ ଘଣ୍ଟା ସମୟରେ ସ୍ଵଭାବ କବି ଙ୍କ କର୍ମଭୂମି ବିଜେପୁରରେ ପ୍ରଭାତ ଫେରି ଆୟୋଜିତ ହୋଇଥିଲା । ମେହେର ଜ୍ୟୋତି ଯୁବ ସଂଗଠନ ଓ ଅନନ୍ତ ପୂଜା କମିଟି ମଧ୍ୟପଡାର ତତ୍ପାବଧାନରେ ଶ୍ରୀ ଶିବ ମେହେର ଓ ଶ୍ରୀ ବାହାଦୁର ମେହେର ଆବାହକ ଭାବରେ ପ୍ରଭାତ ଫେରି ଆୟୋଜନ କରିଥିଲେ ।ସକାଳର ଶାନ୍ତ ପରିବେଶରେ ଗୁଞ୍ଜରିତ ହୋଇ ଥିଲା ଗଙ୍ଗାଧର ମେହେରଙ୍କ ରଚିତ "ବିଶ୍ୱ ଦେଖ ମଧୁମୟ ରେ ଜୀବନ ବିଶ୍ୱ ଦେଖ ମଧୁମୟ " । ଏହି ପ୍ରଭାତ ଫେରିରେ ଯୋଗଦାନ କରିଥିଲେ ଯୁବ କବି ଶ୍ରୀ ମକରଧ୍ଵଜ ସାହୁ ଓ କବି ଶ୍ରୀ ଦୁର୍ବାଦଳ ମେହେର ।କବି ମାନଙ୍କ କଣ୍ଠରୁ ଝରୁଥିଲା ଗଙ୍ଗାଧରୀୟ ସଂଗୀତ ଓ ସାଥୀ ଗଣ ପାଳିଆ ଗାନ କରୁଥାନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଘୁଡ଼ୁକୁ ମେହେର, ଭଗବାନ ମେହେର, ଶେଷ ମେହେର, ଦାମୋଦର ମେହେର, ଉଦ୍ଧବ ମେହେର, ଲେକୃ ମେହେର, କମଳ ମେହେର, ତ୍ରିବିକ୍ରମ ମେହେର, ସୁରେଶ ମେହେର, ଗୋପାଳ ମେହେର ଓ ବିଶିଷ୍ଟ ଚିତ୍ରକର ଶ୍ରୀ ଅଭିମନ୍ୟୁ ମେହେର । ବିଜେପୁର ମଧ୍ୟପଡା ସ୍ଥିତ
କବିଙ୍କ ପ୍ରତି ମୂର୍ତ୍ତି ଆଗରେ ପୂଜା ଓ ମାଲ୍ୟାର୍ପଣ ପରେ ଆରମ୍ଭ ହୋଇ ଥିଲା ପ୍ରଭାତ ଫେରି ।ବିଜେପୁର ମଧ୍ୟପଡାରୁ ଆରମ୍ଭ ହୋଇ ବସ ଷ୍ଟାଣ୍ଡ, ଗଂଜେଇ ଭାଟି ଛକ, ମାଲ ପଡା ରୁ ଗାନ୍ଧିଛକ ଓ ତାପରେ ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କ ଗଙ୍ଗାଧରୀୟ ସଂଗୀତର ଗାନ ପରିବେଶକୁ ମଧୁଶିକ୍ତ କରିଥିଲା। ମଝିରେ ମଝିରେ ଗଙ୍ଗାଧର ଅମର ରହେ ନାରା ଜନ ମାନସକୁ ଆକର୍ଷିତ କରୁଥିଲା।
ଶେଷରେ ସମସ୍ତଙ୍କ ପାଇଁ ଅନୁଷ୍ଠାନ ତରଫରୁ ଚା ପାନର ବ୍ୟବସ୍ଥା କରାଯାଇଥିଲା।