-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
29-Aug-2023
ସୋନପୁର(ମନୋରଞ୍ଜନ ତ୍ରିପାଠୀ ): ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ପକ୍ଷ ରୁ ଆୟୋଜିତ ସିନିୟର ଫୂଟବଲ ଲିଗ ବିନିକା ଜୋନ ଦ୍ୱିତୀୟ ଦିବସ ରେ ଆଜି କଇଁତରା ଏଫ. ସି ୧-୦ ଗୋଲ ରେ ଖୋଇରମାଲ ଦଳ କୁ ପରାସ୍ତ କରିଛି l ଦ୍ୱିତୀୟ ମ୍ୟାଚ ରେ ବାଉଁସୁଣୀ ଏମ. ଏସ. ଏସ. ସି ପେନାଲଟି ରେ ୩-୨ଗୋଲ ରେ ବାଙ୍କୀଘିରଡ଼ି ଏସ. ଏଫ. ସି କୁ ପରାସ୍ତ କରିଥିବା ବେଳେ ତୃତୀୟ ମ୍ୟାଚରେ ରହିଲା ଯେ. ବି ଏଫ.ସି
ପେନାଲଟି ରେ ୨-୦ଗୋଲ ରେ ଚର୍ଦା ଏଫ. ଏଫ କୁ ପରାସ୍ତ କରିଛି l ସେହିପରି ଆଜି ଆରମ୍ଭ ହୋଇ ଥିବା ଉଲୁଣ୍ଡା ଜୋନ ର ଫୁଟବଲ ରେ ଖେମାଲୋଏ ଏଫ ସି କୁ ୨-୧ ଗୋଲ ରେ ପରାସ୍ତ କରି ଉଲୁଣ୍ଡା ବି ଏସ ଏ ଟିମ ବିଜୟୀ ହୋଇ ଥିବା ବେଳେ ଦ୍ଵିତୀୟ ମ୍ୟାଚ ରେ ନିମ୍ନl ଆର ସି ଦଳ କୁ ୪-୩ଗୋଲ ରେ ପରାସ୍ତ କରି ଜଲୋଇ ଟିମ ବିଜୟୀ ହୋଇଛି l ତୃତୀୟ ମ୍ୟାଚ ରେ ରକ୍ସl ଏଫସି କୁ ୨-୦ଗୋଲ ରେ ପରାସ୍ତ କରି
ଉଲୁଣ୍ଡା ବି ଏସ ଏ ଟିମ ବିଜୟୀ ହୋଇଥିବା ବିଷୟ ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ପିୟୁଷ ପଣ୍ଡା ସୂଚନା ଦେଇଛନ୍ତି l ଆଜିର ର ଟୁର୍ନାମେଣ୍ଟ ରେ ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ତଥା ବରିଷ୍ଠ ବିଜେଡି ନେତା କୃତିବାସ ମିଶ୍ର ଏବଂ ବିଡ଼ିଓ କରିଶ୍ମା ବେସ୍ରl ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l ପିଇଟି ରାଜେଶ ଥନାପତି, ଚୂଡ଼ାମଣୀ ମେହେର, ଓ ପ୍ରଶାନ୍ତ ବାବୁ ଖେଳ ପରିଚାଳନା କରିଥିଲେ l