-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
29-Aug-2023
ପାଟଣାଗଡ଼(ଦିଲୀପ ପଣ୍ଡା ): ପାଟଣାଗଡ଼ ବ୍ଳକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରି ଙ୍କ ଉପସ୍ଥିତିରେ ଯୁଗ୍ମ ଜନ ଶୁଣାଣି ଶିବିର ହୋଇଛି । ଏଥିରେ ସମୁଦାୟ ୭୧ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ୨୦ ଟି ସାମୁହିକ ଏବଂ ୪୩ ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା । ସେଥିମଧ୍ୟରୁ ୭ ଗୋଟି ଅଭିଯୋଗ ର ତତ୍କାଳୀନ ସମାଧାନ କରାଯାଇଥିବା ବେଳେ ଗୋଟିଏ ମାମଲାର ମୂଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରାଯାଇଥିଲା ।ଏତବ୍ୟତିତ ପାନୀୟ ଜଳ ସମସ୍ୟା ,ମନରେଗା,ଶିକ୍ଷା ,ବାର୍ଦ୍ଧକ୍ୟ ଭତ୍ତା ,ବିଧବା ଭତ୍ତା ,ରାସନ୍ କାର୍ଡ , ସହ ଦଳପାଲି ଗ୍ରାମକୁ ରାଜସ୍ବ ମାନ୍ୟତା ସହ,ଅନ୍ୟାନ୍ୟ ମାମଲା ଗୁଡ଼ିକର ତୁରନ୍ତ ସମାଧାନ ନିମନ୍ତେ ଉପସ୍ଥିତ ସଂପୃକ୍ତ ବିଭାଗ କୁ ନିର୍ଦ୍ଧେଶ ଦିଆଯାଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଡଃ ବିଜୟାନନ୍ଦ ସେଠି ,ବିଡିଓ ସୁମନ୍ତ କୁମ୍ଭାର ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ଉପଖଣ୍ଡ ସୂଚନା ଓ ଲୋକ ସୂଚନା ଅଧିକାରୀ ସଞ୍ଜିବ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ ।