-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
27-Aug-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଲି ଠାରୁ ବୁରୋଘାଟ କୁ ସଂଯୋଗ କରୁଥିବା ରାସ୍ତା ଦୟନୀୟ ଅବସ୍ଥାରେ ପଡ଼ିରହିଛି। ଏହି ରାସ୍ତା ଅତି ନିମ୍ନ ମାନର କାମ ଯୋଗୁଁ ଅଲ୍ପ ଦିନ ମଧ୍ୟରେ ପିଚୁ ଉଠିବା ସହ ଅନେକ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ୨୦୧୫ ରେ ଏହି ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ତାହା ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ହୋଇପାରିନାହିଁ। ଏହି ରାସ୍ତା ଉପରେ ପ୍ରତ୍ୟେକ ଦିନ ଛାତ୍ରଛାତ୍ରୀ ତଥା ଅନେକ ଜନସାଧାରଣ ଯିବା ଆସିବା କରିଥାନ୍ତି। ବିଶେଷ କରି ଜରୁରୀକାଳୀନ ଯାନ ଯିବା ଆସିବାରେ ଘୋର ଅସୁବିଧାର ସମ୍ମୁଖୀନ ହେବାର ଜଣାଯାଇଛି। ଏବଂ ସନ୍ଧ୍ୟା ସମୟରେ ଯିବାଆସିବା ବେଳେ ଛୋଟ ବଡ ଦୁର୍ଘଟଣା ଶିକାର ହେଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ଉକ୍ତ ରାସ୍ତା ଦେଇ ମହାନଦୀ ଆରପଟକୁ ବାଉଁଶୁଣୀ,ଦହା, ବହିରା,ଗୁଦଗୁଦା, ତେନ୍ତୁଲିପାଲି,ଶଗଡା ଅଞ୍ଚଳର ବିଭିନ୍ନ ସ୍ଥାନକୁ ଲୋକେ ଯିବା ଆସିବା କରିଥାନ୍ତି।
ସ୍ଥାନୀୟ ଜନସାଧାରଣ ଏହି ରାସ୍ତା ମରାମତି ପାଇଁ ବିଭିନ୍ନ ଅଧିକାରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମରାମତି ହୋଇପାରିନାହିଁ। ଯାହାଫଳରେ ଲୋକଙ୍କ ମନରେ ଅସନ୍ତୋଷ ବାତାବରଣ ଦେଖାଦେଇଛି। ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ଜନସାଧାରଣ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ଉକ୍ତ ରାସ୍ତା ମରାମତି ପାଇଁ ଦାବି ହେଉଛି।