-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
26-Aug-2023
ବଲାଙ୍ଗୀର(ପ୍ରେରଣା ଖବର): ଗତକାଲି ବଲାଙ୍ଗୀର ସିଭିଲ କୋର୍ଟ ସ୍ଥିତ ବାର୍ ହଲ୍ ଠାରେ ଷ୍ଟେଟ୍ ବାର କାଉନସିଲର ନବ ନିର୍ବାଚିତ ସଭ୍ୟ ଦେବଦତ୍ତ ମିଶ୍ରଙ୍କୁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ସଂଘ ର ସଭାପତି ଅମରେଶ ତ୍ରିପାଠୀ ନବ ନିର୍ବାଚିତ ସଭ୍ଯ ଶ୍ରୀ ମିଶ୍ର ଙ୍କୁ ମାନପତ୍ର , ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ l ପଶ୍ଚିମ ଓଡ଼ିଶାର ଓକିଲ ମାନଙ୍କ ଅଧିକାର ପାଇଁ ମୁଁ ସବୁବେଳେ ଲଢେଇ
କରିବି ବୋଲି ଶ୍ରୀ ମିଶ୍ର ନିଜ ସମ୍ବର୍ଦ୍ଧନାର ପ୍ରତିଉତ୍ତରେ କହିଥିଲେ l ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ବୈଷ୍ଣବ ମିଶ୍ର, ସନ୍ତୋଷ ପାଢ଼ୀ ପ୍ରମୁଖ ନିଜର ମତାମତ ରଖିଥିଲେ । ଶେଷ ରେ ସଂଘ ର ଉପସଭାପତି ଦେବାଶିଷ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ଓକିଲ ସଂଘର ବହୁ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ ।