-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
23-Aug-2023
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା ):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାରେ ନୂତନ ଭାବରେ ନିର୍ମିତ ହୋଇଥିବା ବସଷ୍ଟାଣ୍ଡକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକଙ୍କ ଦ୍ୱାରା ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି l ସୂଚନା ଅନୁସାରେ ଦୀର୍ଘଦିନ ଦେବ ହେବ ଅଞ୍ଚଳବାସୀ ସରକାରୀ ବସଷ୍ଟାଣ୍ଡ ପାଇଁ ଦାବି କରି ଆସୁଥିଲା l ଆଜି ଅଂଚଳବାସୀଙ୍କ ଦାବି ପୂରଣ ହୋଇଥିବାରୁ ଖୁସିର ଲହରୀ ଖେଳିଯାଇଛି l ଆଜି ଲୋକାର୍ପଣ ଅବସରରେ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଉନ୍ନତ ମାନର ବସ ସେବା ପାଇପାରିବେ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଧାୟକ ପଦ୍ମନାଭ ବେହେରା, ତହସିଲଦାର ଦିଲ୍ଲୀପ ମାଝୀ,ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର,ବିଡ଼ିଓ କରିସ୍ମା ବେସ୍ରା , ଜିଲ୍ଲା ପରିଷଦ ଉପାଧ୍ୟ୍ୟକ୍ଷ ଝସକେତନ ବଘାର ଙ୍କ ସମେତ ସରପଞ୍ଚ, ସମିତିସଭ୍ୟ ଏବଂ ଜନସାଧାରଣ ଉପସ୍ଥିତ ଥଲେ l l ପ୍ରକାଶ ଯେ ନୂତନ ଭବରେ ନିର୍ମିତ ବସଷ୍ଟାଣ୍ଡଟି ମୁଖ୍ୟ ରାସ୍ତାର ପ୍ରାୟ ତିନିଶହ ମିଟର ଭିତରେ ନିଛାଟିଆ ସ୍ଥାନରେ ରହିଥିବାରୁ ସେଠାକୁ ବସ ଜୀବ ଏବଂ ଯାତ୍ରୀ ତାର ଲାଭ ଉଠାଇ ପାରିବେ ସେନେଇ ସନ୍ଦେହ ଦେଖାଦେଇଛି l