-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
23-Aug-2023
ବରଗଡ:- ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅଧିନସ୍ଥ ସାପଲହର କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ପର୍ଯ୍ୟପ୍ତା ପରିମାଣରେ ପାଣି ଥାଇ ସୁଦ୍ଧା, ଦୀର୍ଘ ୪୦ ବର୍ଷଧରି ଜଳକର ଦେଇ ଆସୁଥିଲେ ମଧ୍ୟ୍ୟ ମୁଖ୍ୟ କେନାଲ ଅବ୍ୟବସ୍ଥା ତଥା ମରାମତି କାର୍ଯ୍ୟର ଅବହେଳା ହେତୁ ପୁରେନା ଏବଂ ସତୀଭଟା ଗ୍ରାମ ମରୁଡିର ଶିକାର ହେଉଛନ୍ତି । ସରକାରୀ ବାବୁମାନଙ୍କୁ ହାତବାରିସି କରି ମାଁ ତାରିଣୀ ପାଣି ପଞ୍ଚାୟତର ସଭାପତି ଓ ସମ୍ପାଦକ ଖରା ମାସରେ କାଢା କେନାଲ ଏବଂ ଡ୍ରନେଜକାମ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଛନ୍ତି ଅଥଚ ମୁଖ୍ୟ କେନାଲ ଅବହେଳିତ ହୋଇ ପଡ଼ିରହିଛି । ଯାହା ଫଳରେ ଏହି ଦୁଇ ଗ୍ରାମର ଚାଷ ଜମି ପାଳ ପ୍ରାୟ ହେଲାଣି । ବାରମ୍ବାର ଏମ.ଆଇ ଅଫିସର ଏସଡିଓ ଙ୍କୁ ଜଣାଇଥିଲେ ସୁଦ୍ଧା ଏହାର କୌଣସି ଆଶୁ ସମାଧାନ ନକରି ମନମୁଖୀ କାର୍ଯ୍ୟ କରୁଥୁବାରୁ ଚାଷୀ ମାନେ ବାଧ୍ୟ୍ୟ ହୋଇ ଆଜି ସତୀଭଟା ଓ ପୁରେନା ଗ୍ରାମର ପ୍ରାୟ ୭୦ ରୁ ୮୦ ଜଣ ଚାଷୀ ବାହାରି ନିଜେ କେନାଲ ସଫେଇ କାର୍ଯ୍ୟକ୍ରମ କରିଥିଲେ । ସତୀଭଟା ଗ୍ରାମରୁ ଚିତ୍ତ ରଞ୍ଜନ ପଣ୍ଡା, ହରିବୋଲ ରଣା, କିଶୋର ସାହୁ, ଯଶୋବନ୍ତ ନାୟକ, କିଶୋର ପାଣିଗ୍ରାହୀ, ବିଭୁତି ଭୂଷଣ ନାଏକ, ବଣୁଧର ସେଠ ଓ ପୁରେନା ଗ୍ରାମରୁ ଦେବରାଜ ସାହୁ, ଲକ୍ଷପତି ସାହୁ, ମୀନ ସାହୁ, ଯୀଶୁରାମ ସାହୁ ତଥା ଅନ୍ୟନ୍ୟ ଚାଷୀ ଭାଇ ମାନେ ଯୋଗଦାନ କରିଥିଲେ ।