-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
22-Aug-2023
ବଲାଙ୍ଗିର(ପ୍ରେରଣା ଖବର ) ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କକ୍ଷରେ ଡୁଚେନ୍ ମାଂସପେଶୀ ଡିଷ୍ଟ୍ରୋଫି (ଡିଏମଡି) ବ୍ୟାଧି ର ୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତିରିଶ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଲ ରାଣା | ଅର୍ଚିତ ଅଭିଜ୍ଞାନ ସାହୁ , ସୁପ୍ରିୟାବନ୍ତ ସୁନା, ସାଇଗୌରବ ସାହୁ ଙ୍କୁ ଏହି ଆର୍ଥିକ ସହାୟତା ମଞ୍ଜୁର ହେଇଛି | ଏହି ଟଙ୍କା ସମ୍ପୃକ୍ତ ପିଲାମାନକର ଅଭିଭାବକଙ୍କ ବ୍ୟାଙ୍କ ଖାତା କୁ ପ୍ରେରଣ କରାଯାଇଛି | ଡୁଚେନ୍ ମାଂସପେଶୀ ଡିଷ୍ଟ୍ରୋଫି ହେଉଛି ଏକ ଅବସ୍ଥା ଯାହା କଙ୍କାଳ ଏବଂ ହୃଦୟ ମାଂସପେଶୀର ଦୁର୍ବଳତା ସୃଷ୍ଟି କରେ ଯାହା ସମୟ ସହିତ ଶୀଘ୍ର ଖରାପ ହୋଇଯାଏ | ରୋଗର ଲକ୍ଷଣ ସାଧାରଣତ ୬ବର୍ଷ ବୟସରୁ ଆରମ୍ଭ ହୁଏ ଏବଂ ଏହି ଅବସ୍ଥା ମୁଖ୍ୟତ ଜନ୍ମ ସମୟରେ ପିଲାମାନଙ୍କୁ ପ୍ରଭାବିତ କରିଥାଏ | ସମ୍ପ୍ରତି ଏହାର କୌଣସି ଉପଶମ ନାହିଁ | ତେଣୁ ଚିକିତ୍ସାରେ ଲକ୍ଷଣ ପରିଚାଳନା ଏବଂ ଜୀବନ ଶୈଳୀରେ ଉନ୍ନତି ଆଣିବା ହିଁ ରୋଗ ପ୍ରତିଶୋଧକ ରୂପେ ଗ୍ରହଣ କରାଯାଇଛି | ବୈଦ୍ୟୁତିକ ହୁଇଲଚେୟାର, ଫିଜିଓଥେରାପି ଓ ଏହି ବିରଳ ବ୍ୟାଧି ପାଇଁ ପରୀକ୍ଷା ଏବଂ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏକକାଳୀନ ସହାୟତା ପ୍ରଦାନ କରାଯାଏ |