-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
21-Aug-2023
ବେଲପଡା (ପୁର୍ଣ୍ଣ ଶଶୀ ଶେଖର ରାଓ) ରାଜ୍ୟ ସରକାର ଗରିବ ଲୋକଙ୍କୁ ଆବାସ ଗୃହ ଯୋଗାଇ ଦେବାକୁ ମୋ ଘର ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଲୁଣ୍ଠନ କରିବାରେ ଲାଗି ବସିଲେଣି ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ରେ ବି,ପି,ଏ ଭାବେ କାର୍ଯ୍ୟରତ ଥିବା ପ୍ରିୟମ୍ବଦା ପ୍ରଧାନ ମୋ ଘର ଯୋଜନା ରେ ସାମିଲ ହୋଇଥିବା ହିତାଧିକାରୀ ମାନଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ ହେଉଛି।ଏ ବିଷୟରେ ଆଜି ଅନେକ ଗୁଡ଼ିଏ ହିତାଧିକାରୀ ବେଲପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟୋର ସୋରେଙ୍ଗ କୁ ଏକ ଲିଖିତ ଅଭିଯୋଗ ଜଣାଇଛନ୍ତି। ଗତଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି କରିଥିବା ମଧ୍ୟ ସେଥିରେ ଉଲ୍ଲେଖ କରାଯାଇଛି।ଏ ବିଷୟରେ ବଲାଙ୍ଗିର ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।