-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
18-Aug-2023
ପଦ୍ମପୁର)ପ୍ରେରଣା ଖବର
ଭାରତ ଦେଶକୁ ପ୍ରଗତି ପଥରେ ଆଗେଇ ନେବାପାଇଁ ସମସ୍ତ ଦେଶବାସୀ ଙ୍କ ମଧ୍ଯରେ ସଦ୍-ଭାବନା ଜରୁରୀ। ସେଇ ମହୋତ୍ତର ଲକ୍ଷ୍ଯ ନେଇ ଆଜି ପଦ୍ମପୁର ଉପଜିଲ୍ଲାପାଳଂକ କାର୍ଯ୍ଯାଳୟରେ ସଦ୍-ଭାବନା ଦିବସ ପାଳିତ ହୋଇଛି । ଉପଜିଲ୍ଲାପାଳ ସଦାକର କୁମ୍ଭାରଂକ ପୌରୋହିତ୍ଯରେ ସମସ୍ତ ଅଧିକାରୀ ଓ କର୍ମଚାରୀ ସଦ୍-ଭାବନା ସଂକଳ୍ପ ନେଇଛନ୍ତି। ଭାରତର ଷଷ୍ଠ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀକୁ ଦେଶରେ ପ୍ରତିବର୍ଷ ଅଗଷ୍ଟ 20 ରେ ସଦଭାବନା ଦିବସ ବା ହାରମୋନି ଦିବସ ଭାବରେ ପାଳନ କରାଯାଏ । ମାତ୍ର ଏହି ବର୍ଷ ଅଗଷ୍ଟ 20 ରବିବାର ପଡୁଥିବାରୁ ସରକାରୀ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୧୮ରେ ଏହା ପାଳିତ ହୋଇଛି। ପଦ୍ମପୁର ଉପଜିଲ୍ଲାପାଳଂକ କାର୍ଯ୍ଯାଳୟରେ ସଦ୍-ଭାବନା ଦିବସ ଉପଲକ୍ଷେ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପଜିଲ୍ଲାପାଳ ସଦାକର କୁମ୍ଭାର ଙ୍କ ପୌରୋହିତ୍ଯରେ ସଦ୍-ଭାବନା ସଂକଳ୍ପ ନେଇଛନ୍ତି। ଦେଶର ସମସ୍ତ ଧର୍ମ, ଜାତି, ସଂପ୍ରଦାୟ, କ୍ଷେତ୍ର, ଭାଷା ମଧ୍ୟରେ ଶାନ୍ତି, ଜାତୀୟ ଏକୀକରଣ ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହା ଉତ୍ସର୍ଗୀକୃତ । ଉକ୍ତ ଭାବନାରେ ଉଦ୍-ବୃଦ୍ଧ ହୋଇ ପଦ୍ମପୁର ଉପଖଣ୍ଡର ସମସ୍ତ ନାଗରିଙ୍କୁ ସେବାରେ ନିଜକୁ ସମର୍ପି ଦେବାପାଇଁ ଶ୍ରୀ କୁମ୍ଭାର ସମସ୍ତଙ୍କୁ ଉତ୍ସାହିତ କରିଛନ୍ତି । ଏହା ସହ ସମସ୍ତ ବିଭାଗ ପକ୍ଷରୁ ଯେପରି ସମସ୍ତ ନାଗରିକ ଙ୍କୁ ଉଚିତ ଭାବରେ ସରକାରୀ ସେବା ମାନ ଯୋଗାଇ ଦିଆଯିବ ସେଥିପ୍ରତି ଯତ୍ନବାନ ହେବାପାଇ ଉପଜିଲ୍ଲାପାଳ ତାଗିଦ୍ କରିଛନ୍ତି ।