-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
17-Aug-2023
ବେଲପଡା (ପୁର୍ଣ୍ଣ ଶଶୀ ଶେଖର ରାଓ) ରାଜ୍ୟ ସରକାର କୋଟି କୋଟି ଟଙ୍କା ବିନିଯୋଗ କରି ୫ ଟି ଜରିଆରେ ଉଚ୍ଚ ବିଦ୍ୟାଳୟ ମାନଙ୍କୁ ରୂପାନ୍ତରିତ କରୁଛନ୍ତି। ହେଲେ ଏଠି ଠିକାଦାର ଓ ପ୍ରଶାସନିକ ଅଧିକାରୀ ମାନେ ମିଶି ନିମ୍ନ ମାନର ନିର୍ମାଣ କରିବା ସହ ନିମ୍ନ ମାନର ସାମଗ୍ରୀ ଯୋଗାଇ ଦେଇଥିବାରୁ ସେଗୁଡ଼ିକ ଅଳ୍ପ ଦିନ ମଧ୍ୟରେ ଖରାପ୍ ହୋଇଯିବ। ଯାହା ଫଳରେ ଛାତ୍ରଛାତ୍ରୀ ମାନେ ବହୁତ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ିବ।ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବାଗଦୋର , ପର୍ଲିମାଲ, ଘାଗୁର୍ଲି, ମୁଣ୍ଡା ଗାଁ,ସିହିନୀ, ତେତେଲମୁଣ୍ଡା, ବାହାବଲ, ନୁନହାଡ ଚଳିତ ବର୍ଷ ୫ଟି ଜରିଆରେ ରୂପାନ୍ତରିତ କରିବାକୁ ଆସିଥିବା ବେଳେ ବେଲପଡା ବ୍ଳକ ର ଆଠଟି ୫ଟି ସ୍କୁଲ୍ ପାଇଁ ପ୍ରାୟ ୨୮ଲକ୍ଷ ୨୦ ହଜାର ଟଙ୍କା ସାର୍ଥକ ଉଦ୍ୟୋଗ ସଂସ୍ଥା ଦ୍ୱାରା ବିଭିନ୍ନ ସାମଗ୍ରୀ ଯୋଗାଇ ଦେବାକୁ ଆସିଥିବା ବେଳେ ସାର୍ଥକ ଉଦ୍ୟୋଗ ସଂସ୍ଥା ମାଲିକ ଯନ୍ତ୍ରୀଙ୍କସହ ମିଶି ପ୍ରତ୍ୟେକ ବିଦ୍ୟାଳୟ ରେ ନିମ୍ନ ମାନର ସାମଗ୍ରୀ ଯୋଗାଇ ଦେଇ ବାକି ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ହୋଇଛି। ଏହାକୁ ଜିଲ୍ଲାପାଳ ମହୋଦୟ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରି ଉଚିତ୍ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।