-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
16-Aug-2023
କଟକ (ପ୍ରେରଣା ଖବର ): ରାଷ୍ଟ୍ରୀୟ କବି ସଙ୍ଗମ କଟକ ଜିଲ୍ଲl ପରିବାର ପକ୍ଷରୁ ଜିଲ୍ଲା ସଂଜୋଜିକl ମୀରା ବେଉରାଙ୍କ ନେତୃତ୍ୱରେ ଦେଶର ୭୭ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ କବିତା ଆସର କଟକ ଖାନନଗର ସ୍ଥିତ ଗଣ କବି ବୈଷ୍ଣବ ପାଣି ପାର୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କବିତା ପାଠ ଉତ୍ସବକୁ ରାଜ୍ୟ ମହlମନ୍ତ୍ରି ପୁଷ୍ପା ସିଂହି ଉଦ୍ଘାଟନ କରିଥଲେ।। ମୂଖ୍ୟ ଅତିଥି ଭାବେ ଡାକ୍ତର କବି ଅମିୟ ରଞ୍ଜନ ମହାପାତ୍ର ଯୋଗଦେଇ କହିଲେ
ସାହିତ୍ୟ ଓ କବିତାକୁ ନେଇ ସାଂପ୍ରତିକ ପରିସ୍ଥିତିରେ ଯେଉଁ କୁତ୍ସିତ ପ୍ରତିଯୋଗିତା ଓ ପୁରସ୍କାର ପ୍ରଥା ସୃଷ୍ଠି ହେଇଛି, କବି କିନ୍ତୁ ଏ ସବୁର ଉର୍ଦ୍ଧରେ ରହି ନିରଳସ ଭାବେ ସାହିତ୍ୟ ରଚନା କରିବା ଆବଶ୍ୟକ l ରାଜ୍ୟ ମିଡିଆ ପ୍ରଭାରୀ ସବ୍ୟସାଚୀ ବିଷୋୟୀ କବିତା ସଂଯୋଜନା କରିଥିଲେ।। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ କବି ପ୍ରସନ୍ନ ସ୍ୱାଇଁ ଯୋଗ ଦେଇ କବିମାନେ ସ୍ଵ ରଚିତ କବିତା ପାଠ କରିବାପାଇଁ ଅଧିକ ତତ୍ପରତା ପ୍ରକାଶ ନକରି କବିତା ଶୁଣିବାର ମାନସିକତା ତା ଭିତରେ ଉଦ୍ରେକ ହେଉ। ସହସଂଯୋଜିକl ରିମଝିମ୍ ଝା, କବି ପୁଷ୍ପକାନ୍ତି ମହାନ୍ତି, ଡ଼ଃ ବସନ୍ତ କୁମାରୀ ନନ୍ଦ, କବି ପ୍ରଦୀପ ବେଉରିଆ, ନମିତl ମହାନ୍ତି, ସଚ୍ଚିଦାନନ୍ଦ କର, ମଧୁସ୍ମିତା ମିଶ୍ର, ବାସନ୍ତୀ ପ୍ରଧାନ, ହରେକୃଷ୍ଣ ଦଳାଇ, ସୁରେନ୍ଦ୍ର ମହାପାତ୍ର, ରାଜ କିଶୋର ସ୍ୱାଇଁସ୍ୱାଇଁ, ବିମଳ କୁମାର ଦାଶ ତ୍ରିଲୋଚନ ମହକୁଳ, ଉତ୍ତମ ପ୍ରଧାନ,
ସୁକାନ୍ତି ସାହୁ ଓ ଅଭୟ ଦାସ , ଛବିରlମ୍ ସେଠୀ, ଅନ୍ନପୂର୍ଣ୍ଣା ସାହୁ, ପୁଷ୍ପାଞ୍ଜଳି ପ୍ରଧାନ, ନିରୁପମା ସାହୁ, ସନ୍ଧ୍ୟା ଶତପଥୀ, କୋକିଳ ମହାପାତ୍ର ପ୍ରମୁଖ ରାଷ୍ଟ୍ରଭକ୍ତି ଉତ୍ସର୍ଗୀକୃତ କବିତା ପାଠ କରିଥିଲେ। ବ୍ୟଙ୍ଗ କବି ଲକ୍ଷ୍ମୀଛଡ଼ା ତଥା ଜିଲ୍ଲା ମିଡିଆ ପ୍ରଭାରୀ କାର୍ଯ୍ୟକ୍ରମ ଶେଷରେ ସବୁ କବି ଭାଇ ଭଉଣୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l