-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
10-Aug-2023
ସମ୍ବଲପୁର ( ସଂଜୀବ ପାଣିଗ୍ରାହୀ )
ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଧନକଉଡା ତରଫରୁ ଆଜି ଫାଇଲେରିଆ ନିରାକରଣ ଅଭିଯାନ ପାଇଁ ସାମୁହିକ ଔଷଧ ସେବନ ର ଶୁଭାରମ୍ଭ ସମାରୋହ ସେନ୍ଟ ଜୋନ ସ୍କୁଲ ଠାରେ ଆୟୋଜିତ କରାଯାଇଥିଲା lଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଳ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଫାଇଲେରିଆ ନିରାକରଣ ପାଇଁ ଔଷଧ ସେବନ କରିବା ପାଇଁ ଉତ୍ସାହିତ କରିଥିଲେ l ସମାଜ ରେ ଫାଇଲେରିଆ ରୋଗ ଦିନକୁ ଦିନ ବଢ଼ୁଥିବାରୁ ଏହା ଦୂର କରିବା ପ୍ରତେକ ନାଗରିକ ର ସାମାଜିକ ଦାଇତ୍ଵ ଅଟେ ବୋଲି ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ l ବିଦ୍ୟାଳୟ ର ଅଧକ୍ଷ୍ୟ ଫାଦର ଅନିଲ କୁମାର କୁଜୁର ଫେଲରିଆ ରୋଗ ଉପରେ ପ୍ରତେକ ଶିକ୍ଷକ ଛାତ୍ରଛାତ୍ରୀ ସଚେତନ ହେବାଅବଶ୍ୟକ ବୋଲି କହିଥିଲେ ପରେ ପ୍ରତେକ ଛାତ୍ରଛାତ୍ରୀ ଫାଇଲେରିଆ ଔଷଧ ସେବନ କରିଥିଲେ l ଡାକ୍ତର ଦିଲୀପ କୁମାର ମୁଦୁଲି ,ସୋନାଲି ପ୍ରଧାନ ଗୌରାଙ୍ଗ ପ୍ରଧାନ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଯେପରି କୌଣସି ପାର୍ଶ୍ଵପ୍ରତିକ୍ରିୟା ଦେଖା ନ ଯାଏ ସେଥିପ୍ରତି ସଜାଗ ଥିଲେ lଏହି କାର୍ଯ୍ୟକ୍ରମ କୁ ଶ୍ରୀମତୀ ସସ୍ମିତା ପଟନାୟକ ପରିଚାଳନା କରିଥିବା ବେଳେ ଦିଲୀପ କୁମାର ନନ୍ଦ, ସୁପ୍ରଭାତ ସାହୁ ନିହାଲ ସିଂ ସହଯୋଗ କରିଥିଲେ l