-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

    ଡୁଙ୍ଗୁରିପାଲି କୃଷି ଜିଲ୍ଲାରେ ୨ ବର୍ଷ ହେବ ଆତ୍ମା କମିଟୀ ଗଠନ କରାଯାଇ ନାହିଁ-         ପୁରୁଣା ସଭାପତି ୪ବର୍ଷ ହେବ କାମ କରୁଛନ୍ତି,  ଆତ୍ମା ସଭାପତିଙ୍କ ନାଁରେ ମୃତ୍ତିକା ପରୀକ୍ଷାଗାର, ପ୍ରକୃତ ଚାଷୀ ଉପେକ୍ଷିତ

10-Aug-2023



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)-ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିରେ ରହିଛି କୃଷିଜିଲ୍ଲା କାର୍ଯ୍ୟାଳୟ । ବିନିକା ଏବଂ ଡୁଙ୍ଗୁରିପାଲି ବ୍ଲକୁ ନେଇ ଏହା ଗଠିତ । ସୁବର୍ଣ୍ଣପୁର ଜିଲ୍ଲା ତଥା ପଶ୍ଚିମ ଓଡିଶାର ଭାତହାଣ୍ଡି ଉଭୟ ବ୍ଲକ ।  ଚାଷ ଏବଂ ଚାଷୀକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାର ଉଭୟ ବ୍ଲକ ପରିଚିତ । ଏଠାରେ ଲୋକଙ୍କ ମୂଖ୍ୟ ଜୀବିକା ହେଉଛି ଚାଷ ।  ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଉକ୍ତ କାର୍ଯ୍ୟାଳକୁ କୋଟି କୋଟି ଟଙ୍କାର ବିଭିନ୍ନ ଅନୁଦାନ ଦେଉଛନ୍ତି ।  ଏହି ବ୍ଲକର ୨୬ଟି ପଞ୍ଚାୟତରେ ୯ଜଣ କୃଷି କର୍ମଚାରୀ ରହିଛନ୍ତିା ବିଭିନ୍ନ ସମସ୍ୟା ମଧ୍ୟରେ ଉକ୍ତ କୃଷି ଜିଲ୍ଲା କାର୍ଯ୍ୟାଳୟ ଚାଲୁଅଛି । ବର୍ତ୍ତମାନ ଏହି ବ୍ଲକର ଦୁଇଜଣ ଅଧିକାରୀଙ୍କ ବଦଳି ପରେ ନୂତନ ଭାବରେ ଦୁଇଜଣ ଯୋଗ ଦାନ କରିଛନ୍ତି । କୃଷି ଏବଂ କୃଷକମାନଙ୍କ ଉନ୍ନତି ତଥା ଏମାନଙ୍କୁ ପରାମର୍ଶ ଦେବାକୁ ‘ଆତ୍ମା’ କାଯ୍ୟକାରି କରିଥାଏ । ମଣିଷ ଜୀବନରେ  ଆତ୍ମା ଯେପରି, କୃଷି କ୍ଷେତ୍ରରେ ଆତ୍ମା ମଧ୍ୟ କୃଷକର ଆତ୍ମା ଭଳି ରହିଛି । କିନ୍ତୁ ଆତ୍ମା ଯୋଜନାରେ  ଆସୁଥିବା ଚାଷୀଙ୍କ ବିଭିନ୍ନ ସୁବିଧା ସୁଯୋଗକୁ କେତେକ ଅଧିକାରୀ ଆତ୍ମାସାତ କରିବା ଭଲି ସାଧାରଣରେ ଆଲୋଚନା ହେଉଛି ।  ପ୍ରତି ଦୁଇ ବର୍ଷ ପାଇଁ ଆତ୍ମା କମିଟୀ ଗଠନ କରିବାର ନିୟମ ରହିଛି । ଏଥିରେ ଜଣେ ସଭାପତି ରହିବେ । ଉକ୍ତ କମିଟୀରେ ପ୍ରାଣୀ ଚିକିତ୍ସା ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗରୁ ଚାଷିମାନେ ମନୋନୀତ ହୋଇ ଉକ୍ତ କମିଟୀରେ ରହିଥାନ୍ତି । ସେମାନଙ୍କ ମଧ୍ୟରେ ଜଣେ ଚାଷୀ ସଭାପତି ରହିବେ । ଗତ ୨୦୧୯ମସିହାରେ  ଆତ୍ମା କମିଟୀ ଗଠନ କରାଯାଇ ଏହାର ସଭାପତି ଭାବେ ପ୍ରଶାନ୍ତ ପଧାନ ରହିଛନ୍ତି ।

ଦୀର୍ଘ ଚାରି  ବର୍ଷ ହେବ ସେ ଏହି ପଦବୀରେ ରହିଛନ୍ତି । ପ୍ରତି ଦୁଇ ବର୍ଷରେ ନୂତନ କମିଟୀ ଗଠନ କରାଯିବାର ନିୟମ ରହିଥିଲେ ମଧ୍ୟ ଆଜିକୁ ଚାରିବର୍ଷ ହେବ କେଉଁ ଉଦ୍ଦେଶ୍ୟରେ ଓ କାହା ସ୍ୱାର୍ଥରେ ନୂତନ ଆତ୍ମା କମିଟୀ ଗଠନ କରାଯାଇ ନାହିଁ । ଆହୁରି ମଧ୍ୟ  ଗତ ୨୨.୫.୨୦୨୩ରେ ଡୁଙ୍ଗୁରିପାଲି ନିକଟସ୍ଥ ଗଣ୍ଡପାଲି ରାସ୍ତାରେ ଏକ ମୃତ୍ତିକା ପରୀକ୍ଷାଗାର ଉଦ୍ଘାଟନ ହୋଇ ଯାଇଛି । ଉକ୍ତ ପରୀକ୍ଷାଗାରରେ ଚାଷୀମାନେ ନିଜର ମାଟି ପରୀକ୍ଷା କରିପାରିବେ । ଏଥିପାଇଁ ସରକାର ଏଠାରେ ମୃତ୍ତିକା ପରୀକ୍ଷା ପାଇଁ ଆବଶ୍ୟକ ଯନ୍ତ୍ରପାତି, କେମିକାଲ ଯୋଗାଇ ଦେଇଛନ୍ତି । ଏଥି ସହିତ ଉକ୍ତ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ରିହାତି ମଧ୍ୟ ଦିଆଯାଇଛି । ଉକ୍ତ ପରୀକ୍ଷାଗାର ଜଣେ ଚାଷୀଙ୍କୁ ନ ଦେଇ ଆତ୍ମା କମିଟୀର ସଭାପତିଙ୍କୁ ପ୍ରଦାନ କରାଯାଇଛି । ଏଥିପାଇଁ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଆବେଦନ କରିବା ପାଇଁ ବିଜ୍ଞପ୍ତି ମାଧ୍ୟରେ ଜଣାଇ ଦିଆଯାଇଥିଲା କି ? ସଭାପତି ଚାଷିମାନଙ୍କ ସ୍ୱାର୍ଥ ପାଇଁ କାମ କରି ସେମାନଙ୍କୁ ପରାମର୍ଶ ଦେବା ବଦଳରେ ସେ କିପରି ନିଜେ ଉକ୍ତ ପ୍ରକଳ୍ପକୁ ହାତେଇଛନ୍ତି ଏହାର ତଦନ୍ତ କରାଯିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।  ଏ ସଂପର୍କରେ ନୂତନ ଭାବେ ଯୋଗ ଦେଇଥିବା ବ୍ଲକ କୃଷି ଅଧିକାରୀ ଚଣ୍ଡି ପ୍ରସାଦ ମହାଲିକକୁ ପଚାରିବାରୁ ସେ  ନୂତନ ଭାବରେ ଯୋଗ ଦେଇଛନ୍ତି । ନୂତନ ଆତ୍ମା କମିଟୀ ଗଠନ କରାଯିବାକୁ ପ୍ରକ୍ରୀୟା ଆରମ୍ଭ ହୋଇ ଯାଇଛି । କେଉଁ ପରିସ୍ଥିତିରେ ଦୁଇ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ନୂତନ କମିଟୀ ଗଠନ କରାଯାଇ ନାହିଁ ସେ ଜାଣି ନାହାନ୍ତି । ଆତ୍ମା କମିଟୀର ସଭାପତି କିପରି ଭାବରେ ନିଜେ ମୃତ୍ତିକା ପରୀକ୍ଷାଗାର ହାତେଇଛନ୍ତି ସେ କହିପାରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି । ଏ ସଂପର୍କରେ  ଆଜି ବ୍ଲକ ଚାଷୀ ସଂଗଠନର ସଭାପତି ବିପ୍ରଚରଣ ସାହୁଙ୍କ ନେତୃତ୍ୱରେ ଗଣମାଧ୍ୟମର ପ୍ରତିନିଧି ମୁକେଶ ଭୋଇ, ଅରବିନ୍ଦ ମିଶ୍ର, ରତ୍ନାକର ସେଠ, ଘନଶ୍ୟାମ ମେହେର, ପ୍ରକାଶ ହାତୀ, ସୁଦାମ ସାହୁ, ପ୍ରଶାନ୍ତ ସାହୁ, ସାଗର ଜେନା ପ୍ରମୁଖ ଅଧିକାରୀଙ୍କୁ ଭେଟି ତଦନ୍ତ କରିବାକୁ ଦାବୀ କରିଛନ୍ତି । 
  

 ଚାଷୀ ସଂଗଠନର ସଭାପତି ବିପ୍ରଚରଣ ସାହୁ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ, ଦୁଇ ବର୍ଷରେ ଥରେ ଆତ୍ମା କମିଟୀ ଗଠନ ହେବାର ନିୟମ ରହିଥିଲେ ମଧ୍ୟ ତତ୍କାଳୀନ ଅଧିକାରୀମାନଙ୍କ ସହିତ ସଭାପତି ମିଶି ଜାଣି ଶୁଣି ନୂତନ କମିଟୀ ଗଠନ କରିବାକୁ ଚାହିଁ ନଥିଲେ । ଏଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାରି ଆବଶ୍ୟକ ରହିଛି ।
     ସେହିପରି ବିଜେପ ମଣ୍ଡଳ ସଭାପତି ନିତେଇ ପାଳ କହିଛନ୍ତି ଯେ, ଆତ୍ମା ସଭାପତିକୁ କେଉଁ ପରିସ୍ଥିତିରେ ମୃତ୍ତିକା ପରୀକ୍ଷାଗାର ଯୋଗାଇ ଦିଆଯାଇଛି । ନିଜେ ଆତ୍ମା ସଭାପତି ରହିଥିବା ବେଳେ ଯୋଜନା ଗୁଡିକୁ ଚାଷୀକୁ ନ ଦେଇ ନିଜେ ଆତ୍ମସାତ କରିଥିବା ଘଟଣାରେ ବିଭାଗୀୟ ଅଧିକାରୀମାନଙ୍କ ହାତ ରହିଛି । ସେମାନଙ୍କ ସହିତ ମଧୁ ଚନ୍ଦ୍ରିକା ଯୋଗୁଁ ଏହା ହୋଇ ପାରିଛି । ଏଣୁ ସଭାପତିଙ୍କ ସମୟରେ ଆସିଥିବା ଅନୁଦାନ ଗୁଡିକର କାର୍ଯ୍ୟର ଭିଜିଲାନ୍ସ କିମ୍ବା ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଦାବୀ କରିଛନ୍ତି ।
    ଏ ସଂପର୍କରେ ଆତ୍ମା କମିଟୀର ସଭାପତି ପ୍ରଶାନ୍ତ ପଧାନଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରୀୟା ମିଳିପାରି ନଥିଲା । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like