-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
10-Aug-2023
ବରଗଡ:-ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥିତ ସଭାଗୃହ ଠାରେ ମାନ୍ୟବର ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଓଡ଼ିଶା ଶ୍ରୀମତୀ ରୀତା ସାହୁଙ୍କ ସଭାପତିତ୍ୱରେ ରୋଗୀ କଲ୍ୟାଣ ସମିତିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ପରିଚାଳନା କମିଟିର ଉପସଭାପତି ଶ୍ରୀଯୁକ୍ତ ମୋତିରାମ ସାହୁ ଉପସ୍ଥିତ ହୋଇ ଡାକ୍ତରଖାନାର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ।ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼: ସୁଶାନ୍ତ ମେହେର ସ୍ୱାଗତ ଭାଷଣ ପ୍ରଦାନ କରିବା ସଙ୍ଗେସଙ୍ଗେ,ଡ:ପୂର୍ଣ୍ଣ ଶଙ୍କର ମେହେର,ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ରକ୍ତ ଭଣ୍ଡାର ସଂରକ୍ଷଣ ପାଇଁ ପ୍ରସ୍ତାବ ଦେଇଥିଲେ।ଶ୍ରୀ ବାଳଗୋପାଳ ପଣ୍ଡା,ବ୍ଲକ କୋଷାଧ୍ୟକ୍ଷ ଗତବର୍ଷର ଆର୍ଥିକ ଖର୍ଚ୍ଚ ଉପସ୍ଥାପନ କରିଥିଲେ।ଶ୍ରୀ ବିଜୟ କୁମାର ସରାପ ଗୋଷ୍ଠୀ ପରିଚାଳକ ଚଳିତ ବର୍ଷର ରୋଗୀ
କଲ୍ୟାଣ ସମିତିର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ।ଶ୍ରୀ ନାରାୟଣ ପାଢ଼ୀ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତି ମୂଳକ ତଥ୍ୟ ପ୍ରଦାନ କରିଥିଲେ।ଶ୍ରୀ ଦେବାଶିଷ ଦେବତା ଯକ୍ଷ୍ମା ନିୟନ୍ତ୍ରଣ ପରିଦର୍ଶକ ଯକ୍ଷ୍ମାରୋଗ ବିଷୟରେ ତଥ୍ୟ ପ୍ରଦାନ କରିଥିଲେ।ଡ.ଲିଙ୍ଗରାଜ ଦାଶ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଉପରେ ମତପ୍ରଦାନ କରିଥିଲେ।ଶ୍ରୀ ସୁଦାମ ଚରଣ ପାଣିଗ୍ରାହୀ ଫାଇଲେରିଆ ନିରାକରଣ ଅଭିଯାନ ଉପରେ ସମ୍ୟକ ଧାରଣା ଦେଇଥିଲେ।ଶେଷରେ ବିଜୟ କୁମାର ସରାପ,ମନ୍ତ୍ରୀଙ୍କ ଅନୁମତି କ୍ରମେ ଧନ୍ୟବାଦ ଜ୍ଞାପନ କରିଥିଲେ।