-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
10-Aug-2023
ବଲାଙ୍ଗୀର, ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଓ ସାପ୍ତାହିକ ପ୍ରେରଣାର ସହଯୋଗରେ ଗତ ଦୁଇ ଦିନ ଧରି ସ୍ଥାନୀୟ ପି.ପି ଏକାଡେମୀ ଠାରେ ହାଇସ୍କୁଲ ଓ କଲେଜସ୍ତରୀୟ ଓଡ଼ିଆ ଏବଂ ଇଂରାଜୀ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସା୍କୁଲ ଓ କଲେଜରୁ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରେରଣାର ସଂପାଦକ ରଘୁ ନନ୍ଦନ ସିଂହଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସାମ୍ବାଦିକ ମହେନ୍ଦ୍ର ଦର୍ଜି, ସୁଧୀର ମିଶ୍ର, କିସ୍ ରେସଡେଣ୍ଟାଲ ସ୍କୁଲର ଅଧ୍ୟକ୍ଷ ଆକାଶ କୁମାର ମିଶ୍ର, ରଶ୍ମି ପାତ୍ର,ଅଧ୍ୟାପିକା ହିମାନୀ ହିମାନୀ ତ୍ରିପାଠୀ, ଶିକ୍ଷୟତ୍ରୀ ଝୁନୁଲତା ସାବତ, ସତ୍ୟ ନାରାୟଣ ପାଣିଗ୍ରାହୀ ପ୍ରମୁଖ ବିଚାରକ ଦାୟିତ୍ୱ ତୁଲାଇ କୃତୀ ପ୍ରତିଯୋଗୀ ମାନଙ୍କ ନାମ ଘୋଷଣା କରିଥିଲେ ।
ସମସ୍ତ କୃତୀ ପ୍ରତିଯୋଗୀ ମାନେ ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ସ୍ଥାନୀୟ ମନୋହରପୁର ପଡିଆ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ପୁରସ୍କୃତ ହେବେ ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ପି.ପି. ଏକାଡେମୀର ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢ଼ୀ ଙ୍କ ସମେତ ସ୍କୁଲର ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ବିଶେଷ ସହଯୋଗ କରିଥିଲେ ।