-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
10-Aug-2023
ବରଗଡ:-ବରଗଡ଼ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା: ସୁଶାନ୍ତ ମେହେରଙ୍କ ନିର୍ଦ୍ଦେଶକ୍ରମେ ଜାରିଂ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଏବଂ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ମିଳିତ ଉଦ୍ୟମରେ ଆଜି ଫାଇଲେରିଆ ନିରାକରଣ ଅଭିଯାନ ସଚେତନତା ରେଲି ଗ୍ରାମରେ ବୁଲିବା
ସହ ରାଜ୍ୟସରକାରଙ୍କ ଠାରୁ ଆସିଥିବା ମାଗଣା ଔଷଧ ଆଇଭିଆର ଡିଇସି ବଟିକା,ଡିସି,ଆଲବେଣ୍ଡାଜୋଲ ବଟିକା ସେମାନଙ୍କ ଉପସ୍ଥିତିରେ ଉଚ୍ଚତା ମାପ ଅନୁସାରେ ଔଷଧ ସେବନ କରା ଯାଉଛି।ଏ ପରିପ୍ରେକ୍ଷୀରେ ଜାରିଂ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଭାସିନୀ ବୁଦ୍ଧିଆ,ଉପକେନ୍ଦ୍ରରେ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟକର୍ମୀ ହେମଲତା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଔଷଧ ସେବନ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ,ଆଶାକର୍ମୀ ସାମିଲ ହୋଇଛନ୍ତି।ଏହି ରେଲିରେ ସ୍କୁଲର ଛାତ୍ରଛାତ୍ରୀ,ଶିକ୍ଷକ,ଶିକ୍ଷୟିତ୍ରୀ,ଜନସାଧାରଣ ସାମିଲ ଥିଲେ।