-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
10-Aug-2023
ମୁରିବାହାଲ(ସୁଦାମ ଚରଣ ବଘାର ): ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ମୁରୀବାହଲ୍ ବ୍ଲକ ଶାଖା ତରଫରୁ ବିଶ୍ଵ ଆଦିବାସୀ ଦିବସ ମୁରିବାହାଲ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଭବନ ଠାରେ ପାଳିତ ହୋଇ ଯାଇଛି । ପ୍ରଥମ ଜାଡେନ ପୂଜା ଆରଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ମିଥିଲା ମାଝି।ସମ୍ମାନିୟ ଅତିଥି ପତରଙ୍ଗି ମାଝୀ ଉପସ୍ଥିତ ଥିଲେ । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ମୁରିବହାଲ ବ୍ଲକ ସଭାପତି ରାଜିବ କୁଅଁର ସଭା ପରିଚାଳନା କରିଥିଲେ।ଆଦିବାସୀ ମାନଙ୍କର
ଜଳ, ଜମି ସୁରକ୍ଷା, ପରମ୍ପରା, ରୀତି ନୀତି ସହ ଅଗଷ୍ଟ ୯ ତାରିଖ କୁ ମନେରଖିବା କୁ କହିଥିଲେ। ମଣିପୁର ରେ ଆଦିବାସୀ ମହିଳାଙ୍କୁ ଅତ୍ୟାଚାର କରିଥିବା ନିନ୍ଦା କରିବା ସହିତ ମଣିପୁର ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତଫା ଦାବି କରିବା ପାଇଁ ଆହ୍ବନ କରିଥିଲେ। ୟୁସିସି ଲାଗୁ କଲେ ଯଦି ଆଦିବାସୀ ମାନଙ୍କର ରୀତି ନୀତି ପରମ୍ପରା ବଜେଇ ରଖିବା ପାଇଁ
ସରକାର ଙ୍କୁ ସଭା ମାଧ୍ୟମରେ ନିବେଦନ କରିଥିଲେ। ଯଦି ଲାଗୁ କରଯାଏ ଓ ଆଦିବାସୀ ରିତିନିତି ପରମ୍ପରା କ୍ଷତି ହୁଏ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ରାଜ ରାସ୍ତାକୁ ଓହ୍ଲେଇବ ବୋଲି କେନ୍ଦ୍ରସରକାର ଙ୍କୁ ଚେତାବନି ଦେଇଥିଲେ । ମୁରିବାହାଲ ବ୍ଲକ ସମ୍ପାଦକ ଭୁବନ ମାଝୀ ,ଲକ୍ଷ୍ମୀ ମାଝୀ, ମୀରା ଭୋଇ ,ସରସ୍ଵତୀ ଭୋଇ, ସୁମତି କୁଅଁର, ପାରଥ ରାମ ଭୋଇ, ଜେଲାଳ ସିଂ ମାଝୀ, ବିଶ୍ଵାମିତ୍ର ଭୋଇ ,ଅଗସ୍ତି ସିକା, ମକରଧ୍ବଜ ଧରୁଆ ,ଭୁବନ ଯାନି, ଖୁସିରାମ ଧରୁଆ, ହୁଙ୍କାର ନାଥ ଜାନୀ, ଥବିର ଜାନୀ ପ୍ରମୁଖ ଏହି କାର୍ୟ୍ଯ କ୍ରମରେ ଉପସ୍ଥିତ ଥିଲେ ।