-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
09-Aug-2023
ବଲାଙ୍ଗିର (ପ୍ରେରଣା ଖବର ): ଆସନ୍ତା ସେପ୍ଟେମ୍ବର ୯ ତାରିଖ ଶନିବାର ଦିନ ବଲାଙ୍ଗିରର ବଲାଙ୍ଗିର , ପାଟଣାଗଡ଼, ଟିଟିଲାଗଡ, କଣ୍ଟାବାଞ୍ଜି , ଲୋଇଶିଙ୍ଘା,ସଇଁତଳା,ମୁରିବାହଲ ଓ ବୋଙ୍ଗୋମୁଣ୍ଡାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହେବ । ଏଥିରେ ସମସ୍ତ ପ୍ରକାର ବିଚାରାଧିନ ମକୋଦ୍ଦମା ଯଥା ଫୌଜଦାରୀ,ଚେକ ବାଉନ୍ସ,ବ୍ଯାଙ୍କ ଋଣ, ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ , ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ ଜଳ ଓ ଆନ୍ୟାନ ବିଲ ଦେୟ ଜନିତ ବିବାଦ, ବ୍ୟବାହିକ ବିବାଦ, ଜମି ଅଧିଗ୍ରହଣ , ଚାକିରି ଓ ଅନ୍ଯାନ୍ଯ ଦେୱାନି ମକଦ୍ଦମା ରା ଅପୋଷୋ ସହମତି ରେ ସମାଧାନ କର ଯାଇପାରିବ । ଲୋକ ଅଦାଲତ ରେ ବିବାଦର ସମାଧାନ ନିମନ୍ତେ ନିଶୁଳ୍କ ଅଟେ । ଏହାର ରାୟ ବୈଧ ଓ ଚୁଡାନ୍ତ ଅଟେ । ଦୀର୍ଘଦିନ ଧରି ଚାଲୁଥିବା ମକଦ୍ଦମାରା ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟ ରୁ ନିଷ୍କାରର ପାଇଁ ଏହା ଏକ ସୁଯୋଗ । ତେଣୁ ଜନସାଧାରଣମାନକୁ ଉକ୍ତ ଦିନ ଉପସ୍ଥିତି ରହି ବିବାଦ ସମାଧାନ କରିବାକୁ ଅନୁରୋହ କରା ଯାଇଛି ।