-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
08-Aug-2023
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର ): ସୁବର୍ଣ୍ଣପୂର୍ ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ ଅପର ପ୍ରାଇମେରୀ ସ୍କୁଲ ରେ ଏକ ଦିବସୀୟ ତାଲିମ କାର୍ଯକ୍ରମ କରାଯାଇ ପରାମର୍ଶ ଦାତା ଙ୍କ ତଥ୍ୟଭିତ୍ତିକ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି। ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ଡ. ରାଧାକାନ୍ତ ଗଡତିଆ, ସମ୍ମାନୀତ ଅତିଥିଭାବେ ବିଇଓ ଡୁଙ୍ଗୁରିପାଲି ଗନେଶ କିସନ୍ ଯୋଗଦେଇ ଉପସ୍ଥିତ ପାଖାପାଖି ୧୦୦ କାଉନସିଲର ଙ୍କୁ ରେଡକ୍ରସ କାର୍ଯକ୍ରମ କୁ ତ୍ୱରାନ୍ୱିତ କରିବାକୁ
ଆହ୍ବାନ କରିଛନ୍ତି । କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ପରିଚାଳନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମସାଗର ବାଘ ଭବ୍ୟ ସଭାରେ ଅଧ୍ୟକ୍ଷତା କରିଥିଲେ । ସାଧନକର୍ମି ହୃଷୀକେଶ ଡାଙ୍ଗ, ଅନୁପ୍ରୀୟା ମିଶ୍ର, ଶେଷଦେବ ଛାତ୍ର, ତପସ୍ଵିନୀ ଦାସ ପ୍ରାଥମିକ ଚିକିତ୍ସା, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ରେଡକ୍ରସ ଆନ୍ଦୋଲନ ଭଳି ବିଭିନ୍ନ ବିଷୟରେ କାଉନସିଲର ମାନଙ୍କୁ
ତଳିନବଦେଇଥିଲେ। ପ୍ରାରମ୍ଭରେ ଦିବଙ୍ଗତ କାଉନସିଲର ଶ୍ୟାମ ସୁନ୍ଦର ନାୟକ ଙ୍କ ବିୟୋଗରେ ଏକ ମିନିଟ ନୀରବ ଶାନ୍ତି ପାଠ କରାଯାଇଥିଲା ।ବିସିସି ନିମାଇଁ ଚରଣ ମଲ୍ଲିକ, ସ୍ବାଗତ ଅଭିଭାଷଣ ଦେଇଥିବା ବେଲେ ବିସିସି ପବିତ୍ର ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ । ପଣ୍ଡକିଟାଲ ସ୍କୁଲର ୨୬ ଟି ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜୁନିୟର ରେଡ କ୍ରସ ୟୁନିଟ ଗଠିତ ହୋଇଯାଇଛି।