-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
08-Aug-2023
ସୋନପୁର (ମନୋରଞ୍ଜନ ତ୍ରିପାଠୀ ): ଗତକାଲି ସନ୍ଧ୍ୟା ସମୟରେ ସୋନପୁର ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଥାନା ସବଇନିସ୍ପେକ୍ଟର ଶମ୍ଭୁଭୂଷଣ ଦେହେରି ଗୋଟିଏ ଲାଲ ରଙ୍ଗର କାର୍ ଯାହାର ନମ୍ବର ସି. ଜି. ୦୪ ଡିଡି ୬୬୬୦ ରେ ତିନି ଜଣ ଅଭିଯୁକ୍ତ ଅଙ୍କୁର ଦିବାକର, ମୋହିତ ଦିବାକର, ଅଭାଦେସ କୁମାର ଯାଦବ ଯାହାଙ୍କ ଘର ଉତ୍ତର ପ୍ରଦେଶ ବେରେଳି ଜିଲ୍ଲା ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି। ପୋଲିସ ତାଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲା ମାତ୍ର ଅଭିଯୁକ୍ତ ମାନେ ଗୁଳି ଭୟ
ଦେଖାଇଥିଲେ।ପୋଲିସ ଶେଷରେ ମହାନଦୀ ପୋଲ ପାଖରେ ଅଟକାଇ ଧରିବାରେ ସଫଳ ହେଲା। ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ଦୁଇଟି ପିସ୍ତଲ ଓ ୫/୬ ରାଉଣ୍ଡ ଗୁଳି ଓ ଗୋଟିଏ ଲୋଡ ହୋଇଥିବା ମେଗାଜିନ ସହିତ ଗୋଟିଏ ଛୁରୀ, ୫ ଗୋଟି ମୋବାଇଲ ଜବତ କରିଥିବା ଆରକ୍ଷୀ ଅଧିକ୍ଷକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ପୋଲିସ କେସ ନମ୍ବର ୧୮୫ ଧାରା ୩୦୭/୫୦୬/୩୪ ଆଧାର ରେ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି । ରିମାଣ୍ଡ ରେ ଆଣି ଅଧିକ ତଦନ୍ତ ଜାରି ରଖିବେ ବୋଲିଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି।