-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
08-Aug-2023
ସମ୍ବଲପୁର,( ସଂଜୀବ ପାଣିଗ୍ରାହୀ )
ସାହିତ୍ୟିକ ତଥା ସାମ୍ବାଦିକ କୁମାର ହସନ୍ (୬୩) ଏବଂ ପ୍ରମୋଦ ପଟ୍ଟନାୟକ (୬୫) ଙ୍କ ଅକାଳ ବିୟୋଗରେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ସୋସିଆଲ ଷ୍ଟାର କ୍ଲବ ପରିସରରେ ରବିବାର ଏକ ନାଗରିକ ଶୋକସଭା ଆୟୋଜିତ ହୋଇଯାଇଛି । ସଂଘର ସାଧାରଣ ସମ୍ପାଦକ ସରୋଜ ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଶୋକ ସଭାରେ ସାମ୍ବାଦିକ ଡ଼ଃ ରାଜାରାମ ଷଡ଼ଙ୍ଗୀ ଏବଂ ସୁଧାଂଶୁ ଶେଖର ମହାରଣା ଉଭୟ ସ୍ୱର୍ଗତ ସାମ୍ବାଦିକଙ୍କ ସଂକ୍ଷିପ୍ତ ଜୀବନୀ ସମ୍ପର୍କରେ ସୂଚନା ପ୍ରଦାନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା I ଉଭୟ ସ୍ୱର୍ଗତ ସାମ୍ବାଦିକ କୁମାର ହସନ୍ ଏବଂ ପ୍ରମୋଦ ପଟ୍ଟନାୟକ ଜଣେ ଲେଖାଏଁ ଆଦର୍ଶ ସାମ୍ବାଦିକ ଭାବେ ସମ୍ବାଦ ପ୍ରକାଶନ କରି ଅଞ୍ଚଳର ବିକାଶ କରିବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ବୋଲି ବକ୍ତାଗଣ ଶୋକ ସଭାରେ ସୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ I ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଉଭୟେ ଅବହେଳିତ, ନିଷ୍ପେସିତ, ଚାଷୀ, ମୁଲିଆଙ୍କ ସ୍ୱର ଭାବେ କଲମ ଚାଳନା କରି ସମଗ୍ର ରାଜ୍ୟରେ ବେଶ୍ ସୁଖ୍ୟାତି ଅର୍ଜନ କରିଥିଲେ I ଉଭୟଙ୍କ ବିୟୋଗ ସାମ୍ବାଦିକ ଜଗତ ତଥା ସ୍ଥାନୀୟ ଅଞ୍ଚଳ ପାଇଁ ଅପୂରଣୀୟ କ୍ଷତି ବୋଲି ସଭାରେ ମତ ପ୍ରକାଶ ପାଇଥିଲା I ଆଜିର ଏହି ନାଗରିକ ଶୋକ ସଭାରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ସାମାଜିକ କର୍ମୀ ସରୋଜ ମହାନ୍ତି, ଚାଷୀ ନେତା ଅଶୋକ ପ୍ରଧାନ, ଉତ୍ସର୍ଗ ର ସମାଜସେବୀ ସୁଧୀର ପୁଜାରୀ, ସାହିତ୍ୟିକ ତଥା ସାମ୍ବାଦିକ ସୁବାଷ ଚନ୍ଦ୍ର ନାୟକ, ହଁସମା ହସାମା ରୁ ଗୁଣ ରଞ୍ଜନ ସାଳିମା, ହୀରାଖଣ୍ଡ ଏବଂ ଜ୍ୟୋତି ରୁ ଡ଼ଃ ପରେଶ ଚନ୍ଦ୍ର ଦାନୀ, ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା, ଵିଜୁ ଯୁବ ଜନତା ଦଳ ଜ଼ିଲ୍ଲା ସଭାପତି ଲଷ୍ମୀ ପ୍ରସାଦ ମହାପାତ୍ର, ଯୁବ ନେତା ମୋହିତ ନାୟକ, ବିଶିଷ୍ଟ ଶ୍ରମିକ ନେତା ଗୋକୁଳ ମେହେର, ମହମ୍ମଦ ସନାଉଲ୍ଲା, ମହେଶ ସାଇତା, ଏମ୍. ଡି. ଅଜିମ୍ ଅଜୁ, ନାରୀ ନେତ୍ରୀ ସୁରେଖା ସାହୁ, ପୁରୁଣା ସରକାରୀ ବସ ଷ୍ଟାଣ୍ଡ ଆସୋସିଏସନ ର ମୋହନ ଶାହା, ପ୍ରଦୀପ ମହାନ୍ତି, ଶଶିକାନ୍ତ ବିଶ୍ୱାଳ, ଅଭିଷେକ ଦୋରା, ବଳରାମ ଯାଦବ, ଜବାନେ ହିନ୍ଦ କ୍ଳବର ଏମ୍.ଡି. ଇସାକ୍, ଅଶ୍ବିନୀ ପାଢ଼ୀ, ସୋସିଆଲ ଷ୍ଟାର କ୍ଲବ ର ଅନନ୍ତ ମହାନ୍ତି, ଅତିଫ ଆଲମ୍ ଙ୍କ ସମେତ ବରିଷ୍ଠ ସାମ୍ବାଦିକ ସାଧବ ପ୍ରଧାନ, ହରି ଶଙ୍କର ମିଶ୍ର, ସବିତା ମିଶ୍ର, ଚନ୍ଦ୍ର ଚୁଡ଼ ସିଂହ, ରାଧେଶ୍ୟାମ ପଣ୍ଡା, ଅନିଲ ଶ୍ରୀରାମକା, କୁମାର ହସନ୍ ଙ୍କ ବଡ ପୁଅ ଫିରୋଜ ହସନ୍, ଜ୍ୟୋଇଁ ମୁଜିବୁଦ୍ଦିନ ଖାନ୍ ପ୍ରମୁଖ ଯୋଗ ଦେଇ ସୃତିଚାରଣ କରିଥିଲେ I ସଭାପ୍ରାରମ୍ଭରେ ଉଭୟ ସ୍ବର୍ଗତ ସାମ୍ବାଦିକଙ୍କ ତୈଲ୍ୟ ଫଟୋଚିତ୍ରରେ ପୁଷ୍ପ, ଧୂପ ଅର୍ପଣ କରିବା ପରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା I