-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
07-Aug-2023
ବଲାଙ୍ଗିର (ପ୍ରେରଣା ଖବର ): ଜେ ଏସ୍ ଏମ୍ ବାଣିଜ୍ୟ କଲେଜେର ୨୦୨୦-୨୩ ବର୍ଷର ପାସ୍ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ତୃତୀୟ ସ୍ନାତକ ଦିବସ ଆୟୋଜନ କରାଯାଇ ଥିଲା l ମୁଖ୍ୟଅତିଥି ଭାବରେ ପ୍ର. ଡକ୍ଟର ଅରୁଣ କୁମାର ଦାସ, ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଓକିଲ ପ୍ରମୋଦ କୁମାର ମିଶ୍ର, ଅବସରପ୍ରାପ୍ତ ଅଧ୍ୟ୍ୟପକ ପ୍ର. ଶିବ ପ୍ରସାଦ ନନ୍ଦ, କଲେଜ ଉପଦେଷ୍ଠା ଶ୍ରୀ ପୀତବାସ ପଣ୍ଡା, ଉପଦେଷ୍ଠା ମନୋରଞ୍ଜନ ସହୁ, କଲେଜ ଅଧ୍ୟକ୍ଷ ସିଏ ଶ୍ରୀକନ୍ତ ର୍ଶମା, ନିର୍ଦ୍ଦେଶିକା ଶ୍ରୀମତୀ ସୁମନ୍ ର୍ଶମା, ପ୍ରଧାନ ଶିକ୍ଷୟତ୍ରୀ ମୋନିକା ଜେସୱାଲ ।
। ମୁଖ୍ୟ ଅଥିତୀ ପ୍ର. ଡକ୍ଟର ଅରୁଣ କୁମାର ଦାସ ପିଲାମାନଙ୍କୁ ଜୀବନର ସିଦ୍ଧାନ୍ତ ଓ ଅଧ୍ୟୟନକୁ ନେଇ ଜୀବନରେ କିପରି ପରିଚାଲିତ ହେବେ ତାହା ଉପରେ ଉସାହିତ କରିଥିଲେ ।ବରିଷ୍ଠ ଓକିଲ୍ ଶ୍ ପ୍ରମୋଦ କୁମାର ମିଶ୍ର ବାଣିଜ୍ଯ ଅଧ୍ୟୟନ ଆଜିର ଦିନରେ ଏହାର ଅଧିକ ଆବଶ୍ୟକତା ରହିଛି ବୋଲି କହିଥିଲେ । ପ୍ରଧାନ ଶିକ୍ଷ୍ୟତ୍ରୀ ମନିସା ଜେସୱାଲ ଛାତ୍ରମାନଙ୍କୁ ଦାୟିତ୍ୟବାନ ହେବା ସହିତ ବ୍ୟକ୍ତିଗତ ଭାବରେ ବିକାଶ କରିବାକୁ ଉସାହିତ କରିଥିଲେ । ତୃତୀୟ ସ୍ନାତକ ଦିବସ ପାଳନ ଉପଲକ୍ଷେ ପାସ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସାଟେଫିକେଟ ପ୍ରଦାନ କରିବା ସହିତ ସମ୍ମାନିତ କରିଥିଲେ ପୁଣି କୁମାରୀ ଅହିଂସା ଜୈନ୍ କଲେଜ ଟପର ପୁଣି ଜିଲ୍ଲାସ୍ତରେ ନବମ ସ୍ତର ରଖିଥିବାରୁ ସମ୍ମାନିତ କରାଯାଇଥିଲା ।
ଏହାପରେ ବୃତ୍ତିଗତ ଶିକ୍ଷ୍ୟାରେ ପାସ ହୋଇଥିବା ଛାତ୍ର
ଛାତ୍ରୀମାନଙ୍କୁ ମଧ୍ୟ ସାର୍ଟିଫିକେଟ ପ୍ରଦାନ କରିବା ସହିତ ସମ୍ମାନିତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରି , କଲେଜ ର ସମସ୍ତ କର୍ମକର୍ତ୍ତା ପୁଣି ଛାତ୍ର ଛାତ୍ରୀ ମାନେ ପୂର୍ଣ୍ଣ ସହଯୋଗ କରିଥିବାରୁ ଅଧ୍ୟକ୍ଷ ସିଏ ଶ୍ରୀକନ୍ତ ର୍ଶମା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l