-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
06-Aug-2023
ବରଗଡ଼:-ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ଡିଷ୍ଟ୍ରିକ ପ୍ରେସ କ୍ଳବ ପକ୍ଷରୁ ସଭାପତି ସତ୍ୟଜିତ ଦାଶଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଓ ସ୍ତମ୍ଭକାର ସ୍ବର୍ଗତ କୁମାର ହସନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା।ଏହାପରେ ଡିପିସି ର କାର୍ଯ୍ୟକାରୀ ସଦସ୍ୟ ଶ୍ରୀମାନ ବିଭୁ ରଞ୍ଜନ ତରାସିଆ ସ୍ୱର୍ଗତ ହସନଙ୍କ ସଂକ୍ଷିପ୍ତ ଜୀବନୀ ଉପରେ ଆଲୋକପାତ କରିଥିଲେ। ଆଗାମୀ ଦିନରେ ଡି.ପି.ସି ପକ୍ଷରୁ ସାମ୍ବାଦିକ ସୁରକ୍ଷା ଏବଂ ବିକାଶ ସଙ୍ଗେସଙ୍ଗେ ବିଭିନ୍ନ ସାମାଜିକ ଏବଂ ଜନହିତକାରୀ କାର୍ଯ୍ୟ ହାତକୁ ନିଆଯିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏହି ପରିପେକ୍ଷୀ ରେ ଆଗାମୀ ସ୍ୱାଧୀନତା ଦିବସ ଦିନ କ୍ଳବ ପକ୍ଷରୁ ଡିଷ୍ଟ୍ରିକ ପ୍ରେସ କ୍ଲବ କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ କରାଯିବା ସହ ଅପରାହ୍ନ ରେ ବରଗଡ଼ ରକ୍ତଭଣ୍ଡାର ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ କରାଯିବା ନିଷ୍ପତି ନିଆଯାଇଛି।ଏହି ରକ୍ତଦାନ ଶିବିରରେ ଡିଷ୍ଟ୍ରିକ ପ୍ରେସ କ୍ଲବ ର ସମସ୍ତ ସଦସ୍ୟ ଯୋଗଦାନ କରିବା ପାଇଁ ଆହ୍ବାନ କରା ଯାଇଛି।ବୈଠକରେ ପ୍ରେସ କ୍ଳବ ସମ୍ପାଦକ ଶେଖ ନସିମୁଦ୍ଦିନ, କୋଷାଧ୍ୟକ୍ଷ ସୁବାସ ଦୋରା,କାର୍ଯ୍ୟକାରୀ ସଦସ୍ୟ ବରିଷ୍ଠ ସାମ୍ବାଦିକ ବାଲାଜୀ ବିଭୁ ରଞ୍ଜନ ତରାସିଆ, ନିରଞ୍ଜନ ତ୍ରିପାଠୀ, ସାମ୍ବାଦିକ ମହମ୍ମଦ ଅସଲମ, ଶ୍ରୀକାନ୍ତ ମଟାରୀ,ନିତ୍ୟାନନ୍ଦ ବାଗ,ଜୟପ୍ରକାଶ ବରାଇ,କ୍ଷିରୋଜ ନାଏକ, ବଳରାମ ତ୍ରିପାଠୀ,କୁନୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।