-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
06-Aug-2023
ବଲାଙ୍ଗିର (ଧିରେନ୍ଦ୍ର ନାରାୟଣ ସିଂହଦେଓ): ଆଜି ସନ୍ଧ୍ୟା ୭ ଟା ସମୟରେ, ଦୈନିକ ବଜାର ସ୍ଥିତ ସରସ୍ବତୀ ଶିଶୁବାଟିକା ପରିସରରେ ବଲାଙ୍ଗିର ର ଅଗ୍ରଣୀ ନାଟ୍ୟସଂସ୍ଥା "ନାଟ୍ୟକ୍ରାନ୍ତି" ତରଫରୁ ଚିର ପରିଚିତ ବରିଷ୍ଠ ଅଭିନେତା, ଅବସରପ୍ରାପ୍ତ ଷ୍ଟେଟବ୍ୟାଙ୍କ କର୍ମଚାରୀ ଓ ପଦ୍ମଶ୍ରୀ ଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କ ପୁତୁରା ତଥା ଅଚ୍ୟୁତାନନ୍ଦ ଗୁରୁ ଙ୍କ ଜ୍ୟୈଷ୍ଠ ପୁତ୍ର ଦିବଂଗତ ଅଶୋକ କୁମାର ଗୁରୁଙ୍କ ଅକାଳ ବିୟୋଗ ହୋଇଛି l ଶ୍ରୀ ଗୁରୁ ଙ୍କ ଅବର୍ତ୍ତମାନରେ ନାଟ୍ୟକ୍ରାନ୍ତିର ସଭାପତି ରାଜେନ୍ଦ୍ର ଶର୍ମା, ସମ୍ପାଦକ ସୁରେନ୍ଦ୍ର ତ୍ରିପାଠୀ, ନାଟ୍ୟକ୍ରାନ୍ତିର ପ୍ରତିଷ୍ଠାତା ଜନାବ୍ ଅବଦୁଲ ଜମାଲ୍ ଖାଁ ଓ ବରିଷ୍ଠ ସଭ୍ୟ ଶ୍ରୀ ସଞ୍ଜୟ କୁମାର ଭୋଇ, ଶରତ ଚନ୍ଦ୍ର ହୋତା, ତରୁଣ କୁମାର ମିଶ୍ର, ଧିରେନ୍ଦ୍ର ନାରାୟଣ ସିଂହଦେଓ, ନିଳାଞ୍ଚଲ ଚିର୍ଗୁନ, ବିମଳ କୁମାର ଚକ୍ରବର୍ତ୍ତୀଙ୍କ ଉପସ୍ଥିତିରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା
ସ୍ବର୍ଗତ ଶ୍ରୀ ଗୁରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା ପରେ ସମସ୍ତେ ଦିବଙ୍ଗତ ଆତ୍ମାଙ୍କ ସ୍ମୃତିଚାରଣ କରିଥିଲେ
ସ୍ବର୍ଗତ ଗୁରୁ "ନାଟ୍ୟକ୍ରାନ୍ତି" ର ବରିଷ୍ଠ ସଭ୍ୟ ଥିଲେ ଓ ସଂସ୍ଥାର ଅନେକ ଗୁଡ଼ିଏ ନାଟକରେ ତାଙ୍କ ନିଖୁଣ ଅଭିନୟ ଜରିଆରେ ସମସ୍ତଙ୍କ ପ୍ରିୟଭାଜନ ହେଇ ପାରିଥିଲେ । ନାଟ୍ୟକ୍ରାନ୍ତିର ଅପରିଦର୍ଷିତ ଏକ ଓଡ଼ିଆ ଚଳଚ୍ଚିତ୍ର "ଜୁଆର"ରେ ମଧ୍ୟ ଅଭିନୟ କରି ତାଙ୍କ ପାରଦର୍ଶିତା ପ୍ରତିପାଦନ କରିଥିଲେ