-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
05-Aug-2023
କଣ୍ଟାବାଞ୍ଜି (ଆନନ୍ଦ ମୋଟେ) ସ୍ଥାନୀୟ ହରିଭବନ୍ ଠାରେ ଏସସିଡି ଟିଟିଲାଗଡ ଚକ୍ଷୁ ଚିକିତ୍ସାଳୟର ସହଯୋଗରେ ଅଖିଳ ଭାରତୀୟ ମାରୱାଡ଼ି ମହିଲା ସମ୍ମେଳନ କଣ୍ଟାବାଞ୍ଜି ଶାଖା ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇଛି। କଣ୍ଟାବାଞ୍ଜି ପାଖ ଅଂଚଳରେ ଅନେକ ଲୋକ ଏହି ଶିବିରରେ ଯୋଗ ଦେଇ ମାଗଣା ଚକ୍ଷୁ ଚିକିତ୍ସା ପାଇଲେ। ଏହି ଶିବିରରେ ଯେଉଁମାନଙ୍କର ମୋତିଆ ବିନ୍ଦ୍ ଚିହ୍ନଟ ହେବ ସେମାନଙ୍କୁ ଟିଟିଲାଗଡ ଏସସିଡି ଚକ୍ଷୁ ଡାକ୍ତରଖାନାରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେରେ ମାଗଣା ଅପରେସନ୍ କରାଯିବ। ଅନ୍ୟପକ୍ଷରେ ଅଖିଳ ଭାରତୀୟ ମାରୱାଡ଼ି ମହିଲା ସମ୍ମେଳନ କଣ୍ଟାବାଞ୍ଜି ଶାଖା ତରଫରୁ ଅନେକ ସମୟରେ ଏଭଳି ଜନସେବା କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଅନେକ ସଂଗଠନ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।