-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
05-Aug-2023
ବଲାଙ୍ଗିର(ପ୍ରେରଣା ଖବର ): ଜାତୀୟ ରାଜପଥ-୨୬ ବଲାଙ୍ଗିର ସହର ନିକଟସ୍ଥ ବିଜାଖମନ ସ୍ଥିତ ସେଣ୍ଟ୍ରାଲ ନର୍ସରୀ ଠାରେ ଦିବା ଘ.୧ ସମୟରେ ଚିମିନିଭାଟି ପଡ଼ାର ଜିତୁ ସାଏ (୧୮ ବର୍ଷ) ରାସ୍ତାରେ ଦୁର୍ଘଟଣା ହୋଇ ସଂଜ୍ଞାହିନ ଅବସ୍ଥାରେ ପଡିଥିଲେ । ସେହି ରାସ୍ତା ଦେଇ ସଇଁନ୍ତଲା ବ୍ଲକ ଅନ୍ତର୍ଗତ
ଡେଙ୍ଗ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ତଥା ରକ୍ଷକ ସାଧନକର୍ମୀ ରାମ ନାରାୟଣ ଦାଶ ଘରକୁ ଫେରୁଥିଲେ । ସଙ୍ଗେ ସଙ୍ଗେ ରାମ ନାରାୟଣ ଦାଶ ଆଘାତ ପ୍ରାପ୍ତ ବ୍ୟକ୍ତିଙ୍କୁ ଯାଇ ଫାଷ୍ଟ ଏଡ୍ ଦେବା ସହ ଆମ୍ବୁଲେନ୍ସ ସେବା ପାଇଁ ୧୧୨ କୁ ଫୋନ କରିଥିଲେ । ପ୍ରଥମ ଏକ ଘଣ୍ଟା ଆହାତ ବ୍ୟକ୍ତି ପାଇଁ
ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତାହାକୁ ଉପଲବ୍ଧ କରି ଆମ୍ବୁଲାନ୍ସ ବିଳମ୍ବ କରିବାରୁ ଦେଓଗାଁ ବ୍ଲକର କାର୍ଯ୍ୟରତ ଶିକ୍ଷକ ଜବାହରଲାଲ ନନ୍ଦଙ୍କ କାର ସାହାଯ୍ୟରେ ଭୀମଭୋଇ ହସପିଟାଲକୁ ସ୍ଥାନାନ୍ତରିତ କରିଥିଲେ । ଆହାତ ବ୍ୟକ୍ତି କୁ ସର୍ଜରିକାଲ ୱାର୍ଡରେ ଭର୍ତ୍ତି କରି ସାରିଲା ପରେ ତାଙ୍କ ପରିବାର ଲୋକମାନଙ୍କୁ ଗାଡିର ଚାବି ଓ ଫୋନ ହସ୍ତାନ୍ତର କରିଥିଲେ ।