-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||     

HOME   ଜିଲ୍ଲା

ପ୍ରଶାସନର ଅଦୂରଦର୍ଶିତାର ପରିଣାମ, ୭ଦିନ ହେଲା ୧୨ଖଣ୍ଡ ଗ୍ରାମ ଅନ୍ଧାରରେ, ପ୍ରତିବାଦରେ ଲୋକଙ୍କ ସହ ବିଧାୟକ ଘେରିଲେ ଜିଲ୍ଲାପାଳ କାର୍ଯ୍ୟାଳୟ

04-Aug-2023



ବଲାଙ୍ଗୀର(ପ୍ରେରଣା ଖବର)- ଲୋୟର ସୁକତେଲ ପ୍ରକଳ୍ପ ହେଲାପରେ ଜିଲ୍ଲାରେ ଖୁସିର ମାହୋଲ ସୃଷ୍ଟିହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏବେ ପ୍ରକଲ୍ପରେ ପାଣି ରହିଲାପରେ ଅସୁବିଧା ଆରମ୍ଭ ହୋଇଛି । ମୁଖ୍ୟତଃ ପ୍ରଶାସନର ଅଦୂରଦର୍ଶିତାର ପରିଣାମ ସ୍ୱରୂପ ଲୋଇସିଂହା ବ୍ଲକର ରତାଖଣ୍ଡି ଓ ରେଙ୍ଗାଲି ପଞ୍ଚାୟତର ୧୨ଖଣ୍ଡ ଗ୍ରାମ ଗତ ୭ଦିନ ହେଲା ଅନ୍ଧାରରେ ରହିଛି । ସୁକତେଲ ପ୍ରକଲ୍ପ ଦେଇ ଚୁଡାପାଲିରୁ ଏହି ଅଞ୍ଚଳକୁ ୧୧କେଭି ବିଦ୍ୟୁତତାର ଯାଇଥିଲା । ସୁକତେଲ ପ୍ରକଲ୍ପରେ ପାଣ ଭର୍ତ୍ତି ହୋଇଯିବା ପରେ ସେହି ଅଞ୍ଚଳରେ ଥିବା ବିଦ୍ୟୁତଖୁଣ୍ଟଗୁଡିକ ମଧ୍ୟ ପାଣିରେ ବୁଡିଯାଇଛି । ତେଣୁ ପ୍ରକଲ୍ପର ଉପରମୁଣ୍ଡରେ ଥିବା ୧୨ଖଣ୍ଡ ଗ୍ରାମର ଲୋକ ଅସୁବିଧାରେ ପଡିଛନ୍ତି । ଗତ ୭ଦିନ ହେଲା ଏହି ଅଞ୍ଚଳକୁ ବିଦ୍ୟୁତସଂଯୋଗ ନଥିବାରୁ ଜନଅସନ୍ତୋଷ ବଢିଛି । ଏହି ଅଞ୍ଚଳର ଲୋକ ଅନେକଥର ବିଦ୍ୟୁତ ବିଭାଗକୁ ଯୋଗାଯୋଗ କରିଥିଲେ ହେଁ ତାହା ସମ୍ଭବ ହୋଇପାରିନଥିଲା । ଫଳରେ ଆଜି ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ସେହି ଅଞ୍ଚଳର ହଜାର ସଂଖ୍ୟାରେ ଲୋକଙ୍କ ସହିତ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହିତ  ଜିଲ୍ଲାପ୍ରଶାସନକୁ ଏକ ଦାବିପତ୍ର  ପ୍ରଦାନ କରିଛନ୍ତି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ରେଙ୍ଗାଲି ଓ ରତାଖଣ୍ଡି ଗ୍ରାମପଞ୍ଚାୟତ ଅଞ୍ଚଳରେ ବିତ୍ୟୁତ ସଂଯୋଗ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ବିଧାୟକ ଡ.ମହାଲିଙ୍ଗ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ପ୍ରକାଶ୍ୟ ଯେ, ବହୁବର୍ଷ ପୂର୍ବରୁ ଲୋଇସିଂହା ବ୍ଲକର ରତାଖଣ୍ଡି ଓ ରେଙ୍ଗାଲି ପଞ୍ଚାୟତ ଅଞ୍ଚଳକୁ ବଲାଙ୍ଗୀର ସଦରବ୍ଲକ ଅନ୍ତର୍ଗତ ଚୁଡାପାଲି ସେକ୍ସନର ବାରପୁଡୁଗିଆ ଗ୍ରୀଡରୁ ୧୧କେଭି ତାରରେ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା । ସେହି ୧୧କେଭି ବିଦ୍ୟୁତତାର ସୁକତେଲ ନଦୀ ଡେଇଁ ଯାଇଥିଲା । ଏବେ ସୁକତେଲ ପ୍ରକଲ୍ପରେ ପ୍ରାୟ ୧୮ମିଟର ପାଣି ରହିବା ପରେ ସେହିସବୁ ବିଦ୍ୟୁତଖୁଣ୍ଟ ବୁଡିଯାଇଛି । ସବୁଦିନ ପାଇଁ ଏହି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇପଡିଛି । ଗତ ୭ଦିନ ହେଲା ଏହି ଅଞ୍ଚଳକୁ ବିଦ୍ୟୁତବିଭାଗ ବିଦ୍ୟୁତ ବିଚ୍ଛିନ୍ନ କରିଛି । ଫଳରେ ଏହି ଅଞ୍ଚଳର ରେଙ୍ଗାଲି, ତାଲଜୁରି, ବାଘ ଡଙ୍ଗୁରି,କ ପିଲବାହାଲ, ରତାଖଣ୍ଡି ଇତ୍ୟାଦି ୧୨ଖଣ୍ଡ ଗ୍ରାମ ଅନ୍ଧାରରେ ରହିଛି । ଏଥିପାଇଁ ଆଜି ବିଧାୟକ ଡ.ମୁକେଶ ମହାଲିଙ୍ଗ ନିଜେ ଆନ୍ଦୋଳନକୁ ଓହ୍ଲାଇଥିଲେ । ବିଧାୟକ ଡ.ମହାଲିଙ୍ଗ ଏହି ଘଟଣା ପାଇଁ ବଲାଙ୍ଗୀର ଜିଲ୍ଲାପ୍ରଶାସନକୁ ଦାୟୀ କରିଛନ୍ତି । ଏବେ ପାଟଣାଗଡ କିମ୍ବା ଲୋଇସିଂହା ପଟୁ ବିଦ୍ୟୁତତାର ଟଣାଯାଇ ବିଦ୍ୟୁତ ସଂଯୋଗ ଦେବାକୁ ଦାବି କରାଯାଇଛି । ଯେତେବେଳେ ଡେମରେ ପାଣି ରଖାଯିବାର ପ୍ରସ୍ତାବ ହେଲା ସେତେବେଳେ ପ୍ରଶାସନ ଏହାକୁ ନଜରରେ ରଖି ଏହାର ବିକଲ୍ପ ବ୍ୟବସ୍ଥା କରାଇବାର ଆବଶ୍ୟକତା ଥିଲା । କିନ୍ତୁ ପ୍ରଶାସନ ଜନସାଧାରଣଙ୍କ ସମସ୍ୟାକୁ ଅଣଦେଖା କରି ମନମୁଖି କାରବାର କରୁଥିବା ବିଧାୟକ ଅଭିଯୋଗ କରିଛନ୍ତି । ଆଜି ବିଧାୟକ ଡ.ମହାଲିଙ୍କଙ୍କ ସହ ରତାଖଣ୍ଡି ସରପଞ୍ଚ ହିମାଞ୍ଚଳ ମେହେର, କପିଲବାହାଲର ରଶ୍ମିରଂଜନ ରାଉତ, ରେଙ୍ଗାଲିର ଦୀନମିତ୍ର ନାଗ, ଆତ୍ତତ୍ରାଣ ଦାସ, ଭକ୍ତ ବରିହା, ବାଘଡୁଙ୍ଗୁରିର ରତନ ବିଶି, କୁମାର ପଟ୍ଟନାୟକ, ସୁରଥ ଭୋଇ, ଲକ୍ଷ୍ମଣ ପଟେଲ, ତାଲଜୁରିର ପ୍ରଶାନ୍ତ ସାହୁ, ସୁବଲ ବିଶ୍ୱାଲ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କୁ ଭେଟି ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ । ସେପଟେ ଏହି ଘଟଣାକୁ ନେଇ ଖୋଲତାଡ କରିବାରୁ ଜଣାଯାଇଛି ଯେ, ସୁକତେଲ ଡେମରେ ପାଣି ରହିଲାପରେ ବିଦ୍ୟୁତ ବିଭାଗ ପ୍ରଥମେ ବିଦ୍ୟୁତ ସଂଯୋଗ କାଟିଦେଇ ପାଟଣାଗଡ କିମ୍ବା ଲୋଇସିଂହା ପଟୁ ତାର ଟାଣିବାପାଇଁ ଅଟକଳ ତିଆରି କରୁଥିବା ଜଣାଯାଇଛି । ଫଳରେ ପ୍ରଶାସନ ବିବାହ ବେଳେ ବାଇଗଣ ରୋପିବା ଭଳି କାର୍ଯ୍ୟକଳାପ କରୁଥିବା ଅଭିଯୋଗ ଉଠିଛି । ଏହାକୁ ନେଇ ଜନଅସନ୍ତୋଷ ବଢୁଛି । ଏନେଇ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ,ଏବେ ପ୍ରଶାସନ ହଠାତ କୌଣସି ପ୍ରତିଶୃତି ଦେଇପାରୁନି । କିନ୍ତୁ ଲୋକଙ୍କ ସୁବିଧା କରାଇବାକୁ ପ୍ରଶାସନ ଉଦ୍ୟମ କରୁଛି ବୋଲି କହିଛନ୍ତି । ଆଜିର ଏହି ଆଲୋଚନା ବେଳେ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଉପଜିଲ୍ଲାପାଳ କୁମାର ନାଗଭୂଷଣ, ବଲାଙ୍ଗୀର ତହସିଲଦାର ଡ.ପୁଷ୍ପାଞ୍ଜଳି ପଣ୍ଡା, ସଦର ଏସଡିପି ତୁଫାନ ବାଗ, ରିଜର୍ଭ ସଜେଣ୍ଟ କୁମୁଦ ସେଠ, ସଦର ଆଇଆଇସି ଶ୍ରୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026

You Might Also Like