-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
04-Aug-2023
ବରଗଡ଼:-ବରଗଡ ଜିଲ୍ଲାର ଅଗ୍ରଣୀ ସଂଗଠନ ଖଗେଶ୍ଵର ସାହିତ୍ୟ କଳା ପରିଷଦ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ପାଇଁ ରେଡିଏନ୍ସ କଲେଜର ବ୍ଳକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ମାଧ୍ୟମିକ ଉଚ୍ଚମାଧ୍ୟମିକ ମହାବିଦ୍ୟାଳୟ ବିଭାଗରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ମାଧ୍ୟମିକ ବିଭାଗରେ ଗଙ୍ଗାଧର ଗୀତିକବିତାର ସଫଳ ରୂପକାର ପ୍ରବନ୍ଧ ଲିଖନରେ ବିଜେପୁର ହାଇସ୍କୁଲର ସ୍ଥିତି ପ୍ରଜ୍ଞା ମିଶ୍ର ପ୍ରଥମ ବିଜେପୁର ଶିଶୁ ବିଦ୍ୟା ମନ୍ଦିରର ସ୍କୃତି ପ୍ରଜ୍ଞା ପଧାନ,ଦ୍ୱିତୀୟ, ପହଣ୍ଡି ହାଇସ୍କୁଲର ଅମିତ ମେହେର ତୃତୀୟ ସ୍ଥାନ ହାସଲ କରିଛନ୍ତି। ଉଚ୍ଚ ମାଧ୍ୟମିକ ବିଭାଗରେ ବିଷୟ ନିର୍ବାଚନ ଓ ବର୍ଣ୍ଣନା ନୈପୁଣ୍ୟରେ ଗଙ୍ଗାଧର ବିଶୁଦ୍ଧ କାବ୍ୟଶିଳ୍ପୀରେ ବିଜେପୁର ମହାବିଦ୍ୟାଳୟର ଶୁଭଶ୍ରୀ ପାଣିଗ୍ରାହୀ, ପଞ୍ଚାୟତ ମହାବିଦ୍ୟାଳୟ ତାଲ ପଦରର ତୁଳସୀ ପଧାନ, ଲାଉମୁଣ୍ଡା ଗୌରୀଶଙ୍କର କଲେଜର ପୂଜା ପଟେଲ ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ମହାବିଦ୍ୟାଳୟ ବିଭାଗରେ ଗଙ୍ଗାଧରଙ୍କ ତପସ୍ଵିନୀ ଓ ପ୍ରଣୟ ବଲ୍ଲରୀରେ ନାରୀ ମନସ୍ତତ୍ତ୍ୱ ପ୍ରବନ୍ଧ ଲିଖନରେ ବିଜେପୁର ମହାବିଦ୍ୟାଳୟର ଗୀତାଞ୍ଜଳୀ ପୂଜାରୀ ପ୍ରଥମ, କ୍ଷୀରୋଦ୍ର ମେହେର ଦ୍ଵିତୀୟ, ବିନୀ ସୁନା ତୃତୀୟ ସ୍ଥାନ ଅଧିକାର କରିଥିବା ଖଗେଶ୍ବର ସାହିତ୍ୟ କଳା ପରିଷଦର ସଂପାଦକ ରାଜେଶ୍ଵର ବେହେରା ସୂଚନା ଦେଇଛନ୍ତି। ଡକ୍ଟର ଚିନ୍ମୟ ସାହୁ, ଅଧ୍ୟାପକ ଦୀନେଶ କୁମାର ଅଗ୍ରବାଲା ,ଡକ୍ଟର ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ବିଚାରକ ଦାୟିତ୍ଵ ନିର୍ବାହ କରିଥିଲେ।