-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
03-Aug-2023
ବଲାଙ୍ଗିର (ପ୍ରେରଣା ଖବର ): ମହିଳା ମାନଙ୍କ ପାଇଁ ସମର୍ପିତ ଅନୁଷ୍ଠାନ ସମ୍ପୂର୍ଣ୍ଣା ଏନ୍ଜିଓ ତରଫରୁ ବଲାଙ୍ଗିର କଲେଜ ଛକ ସ୍ଥିତ କଲ୍ୟାଣ ମଣ୍ଡପଠାରେ ନାରୀ ପ୍ରତିଭା, ଦକ୍ଷତାର ବିକାଶକୁ ନେଇ, ଘରୋଇ ପିଠାମଣ୍ଡା ତଥା ସମ୍ବଲପୁରୀ ନୃତ୍ୟ ଆୟୋଜନ କରି ତହିଁରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ନୈପୁନ୍ୟତା, ପାରଦର୍ଶିତା ପରିପ୍ରକାଶ କରିବା ସୁଯୋଗ ଦେବା ସାଙ୍ଗେ ସାଙ୍ଗେ ଜଜ୍ମାନଙ୍କ ଦ୍ୱାରା ସମ୍ମାନିତ ହେବା ପାଇଁ
ଚୟନ ହୋଇଛନ୍ତି l ସାମ୍ବାଦିକ ଭବନଠାରେ ସମସ୍ତ ପ୍ରକ୍ରିୟାର ଆୟୋଜନ କରି ବିୟୁଟି ତଥା ଫେସନ ସୋ’ ପ୍ରତିଯୋଗିତା ହେବା ସହ ପ୍ରତିଯୋଗୀ ଓ ବିଜୟୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଭିନ୍ନ କାର୍ଯ୍ୟକ୍ରମରେ ବିଜୟ ଲାଭ କରିଥିବା ପ୍ରତିଭାମାନଙ୍କୁ ପୁରସ୍କୃତ କରିବା ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ପ୍ରତିଯୋଗୀ ତଥା ବହୁ ସଂଖ୍ୟକ ଦର୍ଶକ ବୃନ୍ଦ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମର ପରିଚାଳକ ସମ୍ପୂର୍ଣ୍ଣା ଏନ୍ଜିଓର ସଭାପତି ସନ୍ତୋଷି ମେହେର, ସମ୍ପାଦକ ରଶ୍ମି ପାତ୍ର, କୋଷାଧ୍ୟକ୍ଷ ସଂଜଳି ଶତପଥି, ପୁଷ୍ପାଞ୍ଜଳି ମେହେର ଓ ହିମାନୀ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିଥିଲେ । ପ୍ରତିଯୋଗୀମାନଙ୍କ ମଧ୍ୟରେ ବିଜୟଲାଭ କରିଥିବା ବିଭିନ୍ନ ବିଭାଗର ପ୍ରତିଭା ବିଜୟୀମାନଙ୍କ ନାମ ନିମ୍ନୋକ୍ତରେ ପ୍ରଦତ୍ତ କରାଗଲା । ପିଠାମଣ୍ଡା ବିଭାଗରେ ମୋନାଲିସା ପଣ୍ଡା ପ୍ରଥମ, ଅନୁପମା ସାହୁ ଦ୍ୱିତୀୟ, ମନାଲିସା ବାବୁ ତୃତୀୟ, ଡେଜି ପଣ୍ଡା ତୃତୀୟ, ସମ୍ବଲପୁରୀ ନାଚରେ (ଜୁନିୟର) ଅନିସା ପଟେଲ ପ୍ରଥମ,
ଅନେୟା ମେହେର ଦ୍ୱିତୀୟ, ଇପ୍ସିତା ପଟ୍ଟନାୟକ ତୃତୀୟ, (ସିନିୟରରେ) ମଧୁସ୍ମିତା ଥାଟି ପ୍ରଥମ, ଲୋପମୁଦ୍ରା ସାହୁ ଦ୍ୱିତୀୟ, ସ୍ନେହା ପାଣିଗ୍ରାହୀ ତୃତୀୟ, ମେକ୍ଅପ ପ୍ରତିଯୋଗିତା ରଶ୍ମି ସିଂହ ପ୍ରଥମ, ଲିସା ପଟେଲ ଦ୍ୱିତୀୟ, ଗୌରୀ ଭଦ୍ରା ତୃତୀୟ, ଫେସନ ସୋ’ ଜୁନିୟରରେ ଅନେୟା ମେହେର ପ୍ରଥମ, ସାଇଶ୍ରୀ ଗୁରୁ ଦ୍ୱିତୀୟ, ଶ୍ରଦ୍ଧାଞ୍ଜଳି ମେହେର ତୃତୀୟ, ସିନିୟରରେ ଅନୁପମା ସିଂହ ପ୍ରଥମ, ସମିତା ପାତ୍ର ଦ୍ୱିତୀୟ, ଅର୍ପିତା ନନ୍ଦ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି । ନୃତ୍ୟ ପ୍ରତିଯୋଗିତାରେ ବିଚାରକ ଭାବେ ଜ୍ୟୋତିରେଖା ଓ ଶ୍ରାବଣୀ ଯୋଗ ଦେଇଥିବା ବେଳେ ଫେସନ୍ ସୋ ପ୍ରତିଯୋଗିତାରେ ବୀଣା ରାଗିଣୀ ମହାପାତ୍ର , ରୂପା ଦାସ ଓ ଦୀପ୍ତି ଶର୍ମା ମଞ୍ଚାସୀନ ଥିଲେ l