-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
03-Aug-2023
ବଲାଙ୍ଗିର (ଦେବାଶିଷ ବହିଦାର ): ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡକ୍ଟର ସନ୍ତୋଷ କୁମାର ପଣ୍ଡା ଅବସର ଗ୍ରହଣ କରିଛନ୍ତି । ସେ ବଲାଙ୍ଗିର ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଆଲୋକ କୁମାର ନାୟକ ଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି । ଶ୍ରୀ ପଣ୍ଡା ବଲାଙ୍ଗିର ଜିଲ୍ଲାରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିଶ୍ଚାଧୀକାରୀ ଭାବେ ୦୫.୦୪.୨୦୨୨ରୁ ଦାୟିତ୍ଵ ନିର୍ବାହ କରୁଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା ଜିଲ୍ଲା କାର୍ୟାଳୟରେ ଡକ୍ଟର ସନ୍ତୋଷ କୁମାର ପଣ୍ଡା ଅବସରକାଳିନ ସମ୍ବର୍ଦ୍ଧନା ଦେଇଥିଲେ । ତାଙ୍କୁ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ଦେଇ ଅବସରକାଳିନ ସମ୍ବର୍ଦ୍ଧନା ଦେଇଥିଲେ । ଜିଲ୍ଲାପାଳ ମଧ୍ୟ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରିଥିଲେ । ଶ୍ରୀ ପଣ୍ଡା ତାଙ୍କ କାର୍ଯ୍ୟ ସମୟରେ ବଲାଙ୍ଗିର ଜିଲ୍ଲାକୁ ପ୍ରାଣୀ ଚିକିଶ୍ଚା କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଳଙ୍କୃତ କରେଇ ପୁରସ୍କୃତ ହେଇଛନ୍ତି । ସେ ୩୫ବର୍ଷ ଚାକିରି କରିବା ମଧ୍ୟରେ ଅନେକ ଜିଲ୍ଲାରେ ସୂଚାରୁ ରୂପେ କାର୍ଯ୍ୟ କରିଛନ୍ତି ।