-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||     

HOME   ଜିଲ୍ଲା

ବିନିକା ଅଞ୍ଚଳରେ ପ୍ରବଳ ବର୍ଷା ଜାରି,ଚୌକିଜୋରର ଉଚ୍ଚୁଲା ପାଣି ମାଡି ବ୍ୟାପକ କ୍ଷତି କଇରାପାଲି ଜଳବନ୍ଦୀ,କୋଲପଡ଼ାର ୨୦ ପରିବାର ସ୍ଥାନାନ୍ତର

02-Aug-2023



 ବିନିକା(ହିମାଂଶୁ ଶେଖର  ପୁଟେଲ) ଗତକାଲି ଅପରାହ୍ନ ଠାରୁ ଅନବରତ ବର୍ଷା ଲାଗି ରହିଥିବାରୁ ବିନିକା ସହର ସମେତ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।ଯେଉଁ ଆଡେ ଦେଖିବ କେବଳ ପାଣିର ଭ୍ରମ । କେଉଁଠି ପାଣିର ବେଗ ଦୃତ ଗତିରେ ଆଗକୁ ବଢୁଛି ତ ଆଉ କେଉଁଠି ଭରପୁର ପାଣି ଜମି ରହିଛି ।ସହରରେ ଡ୍ରେନେଜ ବ୍ୟବସ୍ଥା ଠିକ ନଥିବାରୁ ବର୍ଷା ପାଣି ଲହଡ଼ା ମାରି ଏଣେତେଣେ  ଯାଉଥିବା ଦେଖିବାକୁ ମିଳୁଛି।ପାଣିରେ ସମସ୍ତେ ଯିବା ଆସିବା କରୁଛନ୍ତି।ପାଣି ନିଷ୍କାସନ ହୋଇନପାରି ବିଭିନ୍ନ ଘର ଦ୍ଵାରା ଏପରିକି ବିଭିନ୍ନ ଶିକ୍ଷାନୁଷ୍ଠାନ,ସରକାରୀ ବେସରକାରୀ କାର୍ଯ୍ୟାଳୟ,ରାସ୍ତା ଘାଟ ଆଦି ସ୍ଥାନ ମାନଙ୍କରେ ପାଣି ଜମି ରହିଥିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି।ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ବର୍ଷା ସାଂଗକୁ ଚୌକିଜୋରରେ ନିମିଷକ ମଧ୍ୟରେ ଅତାଲତାଲ ପାଣି ପ୍ରବାହିତ ହୋଇ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇପଡିଛି।ପ୍ରସିଦ୍ଧ ଶୈବପୀଠ ଚରଦାକୁ ଯାଇଥିବା ରାସ୍ତାରେ ଥିବା ଚୌକିବ୍ରିଜ ଉପରେ ୪ରୁ୫ଫୁଟ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।ସେହିପରି ଉଲ୍ଲେ ଛକ ଠାରୁ ଚରଦା ରାସ୍ତା ପାର୍ଶ୍ବରେ ରହୁଥିବା ଚୌକି କୋଲପଡ଼ା କୁ ଚୌକିଜୋର ପାଣି ମାଡ଼ି ଯିବାରୁ ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି ।ଚୌକି କୋଳପଡାର ଅନେକ ଲୋକଙ୍କ ମାଟି ଘର ଭାଙ୍ଗିଯିବା ସହିତ ବହୁ ଆସବାପତ୍ର ନଷ୍ଟ ହୋଇଛି | ଖବର ପାଇ ବିନିକା ନଗରପାଳ ସୁବାସ ଚନ୍ଦ୍ର ଭୋଇ,କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀଙ୍କ ସମେତ ଷ୍ଟାଫ,ଅଗ୍ନିଶମ କର୍ମଚାରୀ,ପୁଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ବନ୍ୟା ପାଣିରେ ପ୍ରବାହିତ ୨୦ପରିବାରକୁ ସ୍ଥାନୀୟ ସିଦ୍ଧାର୍ଥ କଲେଜ ବନ୍ୟା ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତରିତ କରି ଚୁଡ଼ା,ଗୁଡ଼, କଦଳୀ ଖାଇବାକୁ ଦିଆଯାଇଛି ।ସେହିପରି ଅନ୍ୟ ପକ୍ଷରେ ବିନିକା ୧୦ନଂ ୱାର୍ଡ କଇରାପାଲିରେ ବର୍ଷା ପାଣି ଜମାଟ ବାନ୍ଧିବା ଓ ଚୌକି ଜୋରର ପ୍ରବାହିତ ପାଣିରେ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି ।ଆଜି ସକାଳୁ ପ୍ରବଳ ବେଗରେ ପାଣି ମାଡ଼ିବାରୁ ଗ୍ରାମର ଅନତି ଦୂରରେ ରହୁଥିବା ଶ୍ରୀରାମ ଭୁଇ ଓ ସାବିତ୍ରୀ ଭୂଇ ନାମକ ଦୁଇ ଜଣ ବୃଦ୍ଧ ବୃଦ୍ଧା ଙ୍କ ଘର ଚତୁରପର୍ଶ୍ୱରେ ପାଣି ହୋଇଯିବା ସହ ଘର ଭିତରେ ଆଣ୍ଠୁଏ ପାଣି ଭର୍ତ୍ତି ହୋଇଥିଲା।ଜୀବନ ରକ୍ଷା ପାଇଁ ଉଭୟେ ବୃଦ୍ଧ ବୃଦ୍ଧାଙ୍କୁ ସ୍ଵେଚ୍ଛାସେବୀ ସୁଧୀର ସାମନ୍ତରାୟ,କପିଲ ମଲ୍ଲିକ,ଶ୍ରୀଧର ମଲ୍ଲିକ,ପବନ ଭୁଏ,ଦୁଷ୍ମନ୍ତ ବଗର୍ତ୍ତି, କରଣ ଭୋଇ,କମ୍ବୁ ମଲ୍ଲିକ,ସଚିଦା ଭୋଇ, ଜୀତେନ କୌର,ସୁରେନ୍ଦ୍ର ମଲ୍ଲିକ ପ୍ରମୁଖ ଯୁବକ ୫ଫୁଟ ବନ୍ୟା ପାଣିରେ ପଶି ଉଭୟ ବୃଦ୍ଧ ବୃଦ୍ଧାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।କଇରାପାଲି ଗ୍ରାମ୍ୟ ରାସ୍ତାରେ ୯ଫୁଟ ରୁ ଅଧିକ ପାଣି ପ୍ରବାହିତ ହେଉଥିବା ବେଳେ ଉଲ୍ଲେ-ଭମରପାଲି ରାସ୍ତା ବିଚ୍ଛିନ୍ନ ହୋଇ ପଡ଼ିଛି।ଗ୍ରାମର ଚାରିପଟେ ଥିବା ଚାଷ ଜମି ଗୁଡିକ ସମ୍ପୁର୍ଣ୍ଣ ବୁଡି ଯାଇଥିବାରୁ ଗ୍ରାମ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଛି।ଗ୍ରାମବାସୀଙ୍କୁ ଉଦ୍ଧାର ପାଇଁ ଗ୍ରାମର କେତେକ ଯୁବକ ଫୋନ ଜରିଆରେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କେହି ନ ପହଞ୍ଚିବାରୁ ଶେଷରେ କେତେକ ଲୋକ ନିଜ ଜୀବନର ସୁରକ୍ଷା ପାଇଁ ପାଣି ଭିତରେ ବହୁ କଷ୍ଟେ ପାରି ହୋଇ ସ୍ଥାନୀୟ କ୍ଲବ ଘରେ ଆଶ୍ରୟ ନେଇଛନ୍ତି ।ଦିନ ୧ଟା ପର୍ଯ୍ୟନ୍ତ ସେମାନଙ୍କୁ ରିଲିଫ ଖାଦ୍ୟ

ପ୍ରଶାସନ ଯୋଗାଇ ନଥିବା ଅଭିଯୋଗ ହୋଇଥିଲା ପରେ ପ୍ରଶାସନ ତରଫରୁ ୧୨୦ଜଣଙ୍କୁ ରିରିଫ ଖାଦ୍ୟ ଯୋଗାଇ ଦେଇଥିବା ବିନିକା ଏନଏସି ସିଏମଏମ ଉମାକାନ୍ତ ସିଂ ସୂଚନା ଦେଇଛନ୍ତି।ଅନ୍ୟ ପକ୍ଷରେ ବିନିକା ଏସ ରାମପୁର ମୁଖ୍ୟ ରାସ୍ତାର ବିଶାଳପାଲି ଛକ ନିକଟରେ ଥିବା ଏକ ନାଲ ଉପରେ ୫ଫୁଟ ପାଣି ପ୍ରବାହିତ ହେଉଥିବା ରୁ ଯୋଗାଯୋଗ ସମ୍ପୁର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି ।ବର୍ଷା ଯୋଗୁଁ ବହୁ ଲୋକଙ୍କ ମାଟି ଘର ଭାଙ୍ଗି ଯିବାର ଆଶଙ୍କା ରହିଛି। ଧାନ ଚାଷ ସମେତ ପନିପରିବା ଚାଷ ମଧ୍ୟ କ୍ଷତି ହେବାର ଆଶଙ୍କା ରହିଛି। ସେହିପରି ସିଲାଟି ଜୋରରେ ବନ୍ୟା ପାଣି ଆସିଯିବାରୁ ସିଲାଟି ବ୍ରିଜ ଉପରେ ଆଣ୍ଠୁଏ ପାଣି ଯାଉଛି | ଏଥିଯୋଗୁଁ ବିନିକା - ସିଲାଟି ରାସ୍ତା ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି |ଫୁଲମୁଠୀ ଠାରୁ ସାହାଜବାହାଲଲ କୁ ଯାଇଥିବା ରାସ୍ତାରେ ଥିବା ମଙ୍ଗର କୁନ୍ଦା ବ୍ରିଜ ଉପରେ ପାଣି ପ୍ରବାହିତ ହେଉଛି।ଚୌକିଜୋରର ବନ୍ୟା ପାଣିରେ ଉଲ୍ଲେ,ଭମରପାଲି,ଫୁଲମୁଠି, ଜବଦା,ଚରଦା ପ୍ରଭୃତି ଅଞ୍ଚଳର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି ।ସେହିପରି ଯୁଳୁଣ୍ଡା ଅଞ୍ଚଳର ଜଣେ ଚାଷୀଙ୍କ ୨ହେକ୍ଟର ରାହାଡି ଚାଷ ବନ୍ୟା ପାଣିରେ ନଷ୍ଟ ହୋଇଥିବା ସୂଚନା ମିଳିଛି । ଆଗକୁ ଯଦି ବର୍ଷା ଲାଗିରହେ ତେବେ ବହୁ ଧନ ଜୀବନ ଦୁର୍ବିସହ ହେବା ସହିତ ବ୍ୟାପକ କ୍ଷତି ଘଟିବ ବୋଲି ଅନୁମାନ କରାଯାଉଛି |


News Comment




Photo in News

Advertisment
Lastest News
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026

You Might Also Like